ଦିଲ୍ଲୀ: ଜୁଲାଇ ୦୧: ଆଜି ଦେଶରେ ଯେଉଁ ହିଂସାକାଣ୍ଡ ଦେଖାଯାଉଛି, ତାହାର କାରଣ ହେଉଛନ୍ତି ପୂର୍ବତନ ବିଜେପି ନେତ୍ରୀ ନୂପୁର ଶର୍ମା । ସେ ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କାରଣରୁ ଏହିସବୁ ଘଟିଛି ବୋଲି କହି ଆଜି ସୁପ୍ରିମ କୋର୍ଟ ନୂପୁରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।
ରାଜସ୍ଥାନ ଉଦୟପୁରରେ ଜଣେ ନିର୍ଦ୍ଦୋଷ ଯେଲରଙ୍କୁ ହତ୍ୟା କରିବା ପରେ ସାରା ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି । ଏହାସହ ସୁପ୍ରିମ କୋର୍ଟ ମଧ୍ୟ ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ କୋର୍ଟ ନିର୍ଦ୍ଦେଶ ଯେ, ନୂପୁର ଶର୍ମା ଗଣମାଧ୍ୟମ ଜରିଆରେ ସାରା ଦେଶକୁ କ୍ଷମା ମାଗ;ୁ ।
ଏନେଇ ମାନ୍ୟବର ବିଚାରପତି ସୂର୍ଯ୍ୟକାନ୍ତ କହିଲେ, ସେ କିଭଳି ହିଂସା ଉଦ୍ରେକ କଲେ ସେ ବିତର୍କ ଆମେ ଦେଖିଲୁ । କି;ୁ, ସେ ଯେଭଳି ଢଙ୍ଗରେ ସେ ସବୁ କହିଲେ ଏବଂ ନିଜେ ଜଣେ ଓକିଲ ବୋଲି ପରେ ପରିଚୟ ଦେଲେ ତାହା ଲଜ୍ଜାଜନକ ।
ଅନ୍ୟପକ୍ଷରେ, ନୂପୁରଙ୍କ ଧମକ ଦିଆଯାଉଛି ବୋଲି ତାଙ୍କ ଓକିଲ କହିବାରୁ ବିଚାରପତି ସୂର୍ଯ୍ୟକାନ୍ତ କଡ଼ା ଶବ୍ଦରେ କହିଲେ ଯେ , ତାଙ୍କୁ ଧମକ ଦିଆଯାଉଛି ନା ସେ ନିରାପତ୍ତା ନିମନ୍ତେ ବିପଦ ପାଲଟି ଯାଇଛନ୍ତି? ସାରା ଦେଶରେ ସେ କିଭଳି ଭାବାବେଗ ସୃଷ୍ଟି ନ କରିଛନ୍ତି! ଦେଶରେ ଯାହା ଘଟୁଛି ସେଥିପାଇଁ ଏକମାତ୍ର ଏ ମହିଳା ହିଁ ଦାୟୀ ।
ଶେଷରେ , ନୂପୁରଙ୍କ ବିବାଦୀୟ ବୟାନକୁ ବିନମ୍ରତାର ସହ ଫେରାଇ ନେବାକୁ ତାଙ୍କ ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ବି ଏହାକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଏଥିପାଇଁ ବହୁତ ଡେରି ହୋଇଯାଇଛି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।
ବିଚାରପତି ଆହୁରୀ ମଧ୍ୟ କହିଛନ୍ତି ଯେ, ଗଣତନ୍ତ୍ରରେ ସମସ୍ତଙ୍କର କହିବାର ଅଧିକାର ଅଛି । ଗଣତନ୍ତ୍ରରେ ଘାସର ବଢ଼ିବା ଅଧିକାର ଅଛି ଏବଂ ଗଧର ଖାଇବା ଅଧିକାର ଅଛି । କି;ୁ, ତା’ର ଅର୍ଥ ନୁହେଁ ଯେ, ଜଣେ ଯାହା ଇଚ୍ଛା ତାହା କହି ପକାଇବ । ସଂଯମ ରକ୍ଷା କରିବା ଉଚିତ ।
Comments are closed.