ପ୍ରଶଂସକଙ୍କୁ ନିଜ ଝିଅର ନାମ ଜଣାଇଲେ ପ୍ରିୟଙ୍କା

ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜସ୍ୱ ପରିଚୟ ତିଆରି କରିଥିବା ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ପତି ତଥା ଆମେରିକୀୟ ଗାୟକ ନିକ୍‌ ଜୋନାସ୍‌ ଚଳିତ ବର୍ଷ ପ୍ରାରମ୍ଭରେ ସରୋଗସୀ ଜରିଆରେ ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ ।

ପ୍ରଶଂସକଙ୍କୁ ନିଜ ଝିଅର ନାମ ଜଣାଇଲେ ପ୍ରିୟଙ୍କା

ଯଦିଓ ଉଭୟ ଦମ୍ପତ୍ତି ସେତେବେଳେ ସେମାନଙ୍କ ଘୋଷଣାରେ ନିଶ୍ଚିତ କରିନଥିଲେ ଯେ ସେମାନଙ୍କର ପୁଅ କିମ୍ବା ଝିଅ ସନ୍ତାନ ହୋଇଛି, କିନ୍ତୁ ପରେ ଜଣାପଡ଼ିଥିଲା ଯେ ଦୁହେଁ ଏକ ଶିଶୁକନ୍ୟାର ମାତାପିତା ହୋଇଛନ୍ତି । ସେପଟେ ଦୁହେଁଙ୍କ ପ୍ରଶଂସକ ଝିଅର ଏକ ଝଲକ ପାଇବା ପାଇଁ ଏବଂ ନାଁ ଜାଣିବା ପାଇଁ ଉତ୍କଣ୍ଠାର ସହ ପ୍ରତୀକ୍ଷା କରିଛନ୍ତି ।

ପ୍ରଶଂସକଙ୍କୁ ନିଜ ଝିଅର ନାମ ଜଣାଇଲେ ପ୍ରିୟଙ୍କା

ଏହାରି ମଧ୍ୟରେ ଖବର ଆସିଛି ଯେ ପ୍ରିୟଙ୍କା ଏବଂ ନିକ୍‌ କନ୍ୟାସନ୍ତାନର ଜନ୍ମ ପ୍ରମାଣପତ୍ର ହାସଲ କରିସାରିଛନ୍ତି ।

ପ୍ରଶଂସକଙ୍କୁ ନିଜ ଝିଅର ନାମ ଜଣାଇଲେ ପ୍ରିୟଙ୍କା

ପ୍ରମାଣପତ୍ର ଅନୁଯାୟୀ ଝିଅର ନାମ ଜୋନାସ୍‌ ଦମ୍ପତି ମାଲତୀ ମାରୀ ଚୋପ୍ରା ଜୋନାସ ରଖିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ, ମାଲତୀର ଜନ୍ମ ୧୫ ଜାନୁଆରୀ କାଲିଫର୍ଣ୍ଣିଆର ସାନ୍‌ ଡିଏଗୋରେ ରାତି ୮ଟାରେ ହୋଇଛି । ମାଲତୀ ଶବ୍ଦ ସଂସ୍କୃତରୁ ନିଆଯାଇଛି ଏବଂ ଏହାର ଅର୍ଥ ଏକ ଛୋଟ ସୁଗନ୍ଧିତ ଫୁଲ । ମ୍ୟାରୀ ଲାଟିନ ଶବ୍ଦ ମ୍ୟାରିସରୁ ଆସିଛି, ଯାହାର ଅର୍ଥ ସମୁଦ୍ରର ତାରା । ଦେଖିବାକୁ ଗଲେ ପ୍ରିୟଙ୍କା ଏବଂ ନିକ୍‌ଙ୍କ ଧର୍ମାନୁଯାୟୀ କନ୍ୟା ସନ୍ତାନର ନାମକରଣ ହୋଇଛି ।

ପ୍ରଶଂସକଙ୍କୁ ନିଜ ଝିଅର ନାମ ଜଣାଇଲେ ପ୍ରିୟଙ୍କା

ଜୋନାସ୍‌ ଦମ୍ପତ୍ତି ୨୨ ଜାନୁଆରୀରେ ସୋସିଆଲ ମିଡିଆ ଜରିଆରେ ଏକ ସନ୍ତାନର ପିତାମାତା ହେବାର ସୂଚନା ଦେଇଥିଲେ । ଏହାର ପ୍ରାୟ ୩ ମାସ ପରେ ଝିଅ ନାମର ଖୁଲାସା ହୋଇଛି ।

Govt

Comments are closed.