ଜନ୍ମଦିନରେ ସୋନିଆ ଗାନ୍ଧିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ୭୬ତମ ଜନ୍ମ ଦିବସ I ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ୱିଟ କରି ସୋନିଆ ଗାନ୍ଧିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡଲରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ବାର୍ତାରେ ଲେଖିଛନ୍ତି କି ‘ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା । ମୁଁ ତାଙ୍କର ସୁସ୍ଥକର ଦୀର୍ଘ ଜୀବନ ସକାଶେ ପ୍ରାର୍ଥନା କରୁଛି ।’ କଂଗ୍ରେସ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା ଗୁରୁବାର ରାଜସ୍ଥାନରେ ପହଞ୍ଚିଥିବାରୁ ସୋନିଆ ଗାନ୍ଧି ଜନ୍ମଦିନ ପାଳନ ପାଇଁ ଜୟପୁରରେ ପହଞ୍ଚିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ,ସୋନିଆ ଗାନ୍ଧି ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି ଏବଂ ଗୁରୁବାର ଅପରାହ୍ନରେ ଜୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ସେ ହେଲିକପ୍ଟରରେ ସାୱାଇ ମାଧୋପୁର ଅଭିମୁଖେ ଯାତ୍ରା କରିଥିଲେ। ଜନ୍ମଦିନ ପାଳନ ଲାଗି ସୋନିଆ ଗାନ୍ଧୀ ଗୁରୁବାର ଦିନ ସମ୍ପ୍ରତି କଂଗ୍ରେସ ‘ଭାରତ ଯୋଡ଼ ଯାତ୍ରା’ ଚାଳାଇଥିବା ରଣଥମ୍ବୋର୍‌ରେ ପହଞ୍ଚିଥି ‘ଶେର୍‌ ବାଗ୍‌ ହୋଟେଲ୍‌’ରେ ଅବସ୍ଥାନ କରିଛନ୍ତି । ସେହିଠାରେ ସୋନିଆ ଆଜି ଜନ୍ମଦିନ ପାଳନ କରିବେ ବୋଲି ଦଳୀୟ ନେତାମାନେ କହିଛନ୍ତି। କଂଗ୍ରେସରେ ସର୍ବାଧିକ ସମୟ ଧରି ଅଧ୍ୟକ୍ଷ ରହିବାରେ ରେକର୍ଡ଼ କରିଥିବା ସୋନିଆ ୧୯୪୬ ଡିସେମ୍ବର ୯ରେ ଇଟାଲିର ଟୟରିନ୍‌ରେ ଜନ୍ମ ଗ୍ରହଣ କରିଥିଲେ। ୧୮ ବର୍ଷ ବୟସରେ ୧୯୬୫ରେ ରାଜୀବ ଗାନ୍ଧିଙ୍କ ସହ ସୋନିଆଙ୍କର ସାକ୍ଷାତ ହୋଇଥିଲା। ୧୯୬୮ରେ ରାଜୀବ-ସୋନିଆଙ୍କ ବିବାହ ହୋଇଥିଲା। ସୋନିଆ ଗାନ୍ଧି ୧୯୯୭ରେ କଂଗ୍ରେସ ଦଳ ସହ ଯୋଡ଼ି ହୋଇଥିଲେ।

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସଡ଼କ ପଥରେ ଆସି ମା’ଙ୍କ ଜନ୍ମଦିନରେ ସାମିଲ ହୋଇଛନ୍ତି । ସୋନିଆ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ସୁରକ୍ଷା ନିମନ୍ତେ ସ୍ଥାନୀୟ ପ୍ରଶାସନ ଯଥାରୀତି ସୁରକ୍ଷା ବ୍ୟବସ୍ଥା କରିଛନ୍ତି।

Comments are closed.