ଝାରସୁଗୁଡ଼ାରେ ଦେଶ ଉଦ୍ୟେଶରେ ୬୦ ହଜାର କୋଟିର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ୭ମ ଥର ପାଇଁ ଓଡିଶା ଗସ୍ତରେ ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେବାପର୍ବ ଉପଲକ୍ଷେ ଝାରସୁଗୁଡା ଅମଲିପାଲିରେ ଆୟୋଜିତ ବିଶାଳ ଯୁବ ସମାବେଶରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଝାରସୁଗୁଡ଼ାରେ ପ୍ରକଳ୍ପ ବର୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶ ଉଦ୍ୟେଶରେ ୫୦ ହଜାର କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି । ଆଜିଠୁ ଦେଶବ୍ୟାପୀ ବିଏସ୍‌ଏନ୍‌ଏଲ୍, ଫୋର୍‌ ଜି ସେବା ଆରମ୍ଭ ହେବ । ଜାତୀୟ ଯୋଗାଯୋଗ ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ପ୍ରାୟ ୩୭ ,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୯୭,୫୦୦ ରୁ ଅଧିକ ମୋବାଇଲ୍ ୪ ଜି ଟାୱାରକୁ ଉଦଘାଟନ କରିବେ । ଦୂରବର୍ତ୍ତୀ, ସୀମାନ୍ତ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ୨୬,୭୦୦ରୁ ଅଧିକ ଅପହଞ୍ଚ ଗ୍ରାମକୁ ସଂଯୋଗ ପ୍ରଦାନ କରିବେ । ରାଜ୍ୟରେ ଡିଜିଟାଲ ଶିକ୍ଷାକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ୧୩୦ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ୱାଇ-ଫାଇ ସୁବିଧାର ଲୋକାର୍ପଣ କରିବେ, ଯେଉଁଥିରେ ଅଢ଼େଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଗଣା ଡାଟା ବ୍ୟବହାର କରିପାରିବେ ।

ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୭୦୦ କୋଟିର ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି । ଏହା ମଧ୍ୟରେ ରହିଛି ୨୭୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସମ୍ବଲପୁର-ସରଲା ରେଲୱେ ଫ୍ଲାଏଓଭର ଭିତ୍ତି ପ୍ରସ୍ତର ସ୍ଥାପନ । ୪୮୧ କୋଟିରେ ନିର୍ମିତ ୩୪ କିମି ଦୀର୍ଘ କୋରାପୁଟ-ବାଇଗୁଡ଼ା ରେଳ ଲାଇନର ଦୋହରୀକରଣ ଓ ୯୫୫ କୋଟିରେ ନିର୍ମିତ ୮୨ କିମି ଦୀର୍ଘ ମାନାବାର-କୋରାପୁଟ-ଗୋରାପୁର ମଧ୍ୟରେ ଦୋହରୀକରଣ ରେଳ ଲାଇନର ଲୋକାର୍ପଣ । ଏହାଛଡ଼ା ବ୍ରହ୍ମପୁର ଏବଂ ସୁରଟର ଉଧନା ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ରେଳପଥ ସିଧାସଳଖ ଓଡ଼ିଶାକୁ ଗୁଜରାଟ ସହ ସଂଯୋଗ କରିବ ।

ସେହିପରି ଅନ୍ତ୍ୟୋଦୟ ଯୋଜନାରେ ଓଡ଼ିଶା ପାଇଁ ୫୦ ହଜାର ଘର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ସମ୍ଭଲପୁରର ଭିମସାରକୁ ବିଶ୍ୱସ୍ତରୀୟ ସୁପର-ସ୍ପେଶାଲିଟି ହସ୍ପିଟାଲରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ଆରମ୍ଭ କରିବେ । ଯାହା ସମ୍ବଲପୁର ଏବଂ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରିବ । ଏଥିରେ କୃଷି-ପ୍ରଯୁକ୍ତି, ଅକ୍ଷୟ ଶକ୍ତି, ସାମୁଦ୍ରିକ କ୍ଷେତ୍ର ଏବଂ ଆତିଥେୟ ଭଳି ପ୍ରଗତିଶୀଳ କ୍ଷେତ୍ରଗୁଡ଼ିକୁ ସାମିଲ ହେବ । ଏହା ବ୍ୟତୀତ ୮ ITI କୁ ଉତ୍କର୍ଷ ITIରେ ଉନ୍ନୀତ କରାଯିବ ଏବଂ ୨୫ଟି ITIକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯାଇ ବୈଷୟିକ ତାଲିମ ପ୍ରଦାନ ଲାଗି ଏକ ନୂତନ ପ୍ରିସିସନ୍ ଇଞ୍ଜିନିୟରିଂ ଭବନ ପ୍ରତିଷ୍ଠା କରାଯିବ ।

Launching Ceremony of “AYUSHMAN BHARAT

Comments are closed.