ତେଲ ପରେ ଏବେ ମହଙ୍ଗା ହେଲା ଚା ଓ କଫି

ନୂଆଦିଲ୍ଲୀ:16: ଋଷ-ୟୁକ୍ରେନ ଯୁଦ୍ଧ ପରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି । ଏବେ ପୁଣି ଚିନ୍ତାରେ ପଡିବେ ଖାଉଟି । କାରଣ ଏଫଏମସିଜି କମ୍ପାନି ନେସଲେ ଓ ହିନ୍ଦୁସ୍ତାନ ୟୁନିଲିଭର ସେମାନଙ୍କର କିଛି ସାମଗ୍ରୀର ଦାମ ବଢ଼ାଇଛନ୍ତି । ନେସଲେର ମ୍ୟାଗି, କଫି, ଚା ଆଦି ସାମଗ୍ରୀର ଦାମ ବୃଦ୍ଧି ପାଇଛି । କମ୍ପାନି ପକ୍ଷରୁ କୁହାଯାଇଛି, ଦିନକୁ ଦିନ ମୁଦ୍ରାସ୍ଫୀତିର ଚାପ ବଢ଼ୁଥିବାରୁ ଏସବୁର ମୂଲ୍ୟ ବୃଦ୍ଧି କରାଯାଇଛି । ମାଗି ନୁଡୁଲସର ଦାମ ପାଖାପାଖି ୯ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବଢିଥିବା ବେଳେ ନେସଲେର ୧ ଲିଟର କ୍ଷୀରର ଦାମ ପ୍ରାୟ ୪ ପ୍ରତିଶତ ବୃଦ୍ଧି ପାଇଛି ।ସେହିପରି ହିନ୍ଦୁସ୍ତାନ ୟୁନିଲିଭରର ଚା ଓ କଫି ପାଉଡରର ରେଟ୍ ବୃଦ୍ଧି ହୋଇଛି । ବ୍ରୁ କଫି ୩ରୁ ୭ ପ୍ରତିଶତ ବଢ଼ିଛି । ତାଜ ଚାର ମୂଲ୍ୟ ମଧ୍ୟ ବୃଦ୍ଧି କରିଛି କଂପାନୀ । ବ୍ରୁକ୍ ବଣ୍ଡ ଚା ପ୍ୟାକେଟର ମୂଲ୍ୟ ମଧ୍ୟ ମହଙ୍ଗା ହୋଇଛି ।

Govt

Comments are closed.