ଦୀପାବଳି ଦୀପ ପରି ଚମକିଲେ ସେଲିବ୍ରେଟି

ସମୟ ଲାଇଭ୍‍,୨୫/୧୦: ଦୀପାବଳିକୁ ଆଉ ଗୋଟିଏ ଦିନ ବାକି ରହିଥିବାବେଳେ ବଲିଉଡ଼ରେ ଦେଖିବାକୁ ମିଳୁଛି ପ୍ରି-ଦିୱାଲି ସେଲିବ୍ରେସନ। ପ୍ରଯୋଜକ ରମେଶ ତୋରାନୀଙ୍କ ଦ୍ୱାରା ଆୟୋଜିତ ଦୀପାବଳି ପାର୍ଟିରେ ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା।
ପତି କୁଣାଲ ଖେଜୁଙ୍କ ସହ ଅଭିନେତ୍ରୀ ସୋହାଅଲ୍ଲୀ ଖାନ୍‍ ପହଞ୍ଚିଥିଲେ।ଏହି ଅବସରରେ ର’ ମ୍ୟାଙ୍ଗୋ କଲରର ପାରମ୍ପରିକ ଆଉଟଫିଟ୍‍ରେ ଖୁବ୍‍ ସୁନ୍ଦର ଦିଶୁଥିଲେ। ଏହା ସହ ସେ ବେକରେ ହେଭି ନେକଲେସ୍‍ ମଧ୍ୟ ପିନ୍ଧିଥିଲେ।
ନେହା ଧୂପିଆ ଏବଂ ଅଙ୍ଗଦ ବେଦୀ ମ୍ୟାଚିଙ୍ଗ ବ୍ଲାକ୍‍ କଲର୍‍ ଆଉଟଫିଟରେ ନଜର ଆସିଥିଲେ।
ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଗୋଲାପି ଶାଢ଼ୀରେ ପାର୍ଟିରେ ପହଞ୍ଚିଥିଲେ।
ତେବେ ଏଥିରେ ଅଭିନେତ୍ରୀ ପ୍ରତି ଜିଣ୍ଟା ମଧ୍ୟ ପଛରେ ପଡ଼ିନଥିଲେ। ଗାଢ଼ ଗୋଲାପୀ ଶାଢ଼ୀରେ ଖୁବ୍‍ ସୁନ୍ଦର ଲାଗୁଥିଲେ।
ସେହିପରି ବ୍ଲାକ୍‍ ବିୟୁଟି ବିପାଶା ବସୁଙ୍କୁ ମଧ୍ୟ ପତି କରଣ୍‍ ସିଂ ଗ୍ରୋଭରଙ୍କ ସହ ଦେଖିବାକୁ ମିଳିଥିଲା। ସୁନ୍ଦର ଲେହେଙ୍ଗା ସହ କାନର ଝୁମକା ଖୁବ୍‍ ମାନୁଥିଲା ବିପାଶାଙ୍କୁ।
ସେହିପରି ଅଭିନେତ୍ରୀ ଦିଆ ମିର୍ଜା ଓ ଡ଼ାୟନା ପେନ୍ଟି ଏକାଠି ପାର୍ଟିକୁ ଆସିଥିଲେ। ପାରମ୍ପରିକ ଆଉଟଫିଟରେ ଦୁହେଁ ମିଡ଼ିଆକୁ ପୋଜ୍‍ ଦେଇଥିଲେ।
ଏହାଛଡ଼ା ତମନ୍ନା ଭାଟିଆ, ଏକତା କପୁର, ଡ଼େଜି ଶାହ ଏବଂ ଆହୁରି ଅନେକ ସେଲିବ୍ରେଟି ଏହି ଦୀପାବଳୀ ପାର୍ଟିରେ ନଜର ଆସିଥିଲେ।

Launching Ceremony of “AYUSHMAN BHARAT

Comments are closed.