କେନ୍ଦ୍ରାପଡା : ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ରାଜ୍ୟ ଠାରୁ କେନ୍ଦ୍ର ଯାଏଁ ଥମୁନାହିଁ ଚର୍ଚ୍ଚା । ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଥିବାବେଳେ ଆଜି ବରିଷ୍ଠ ନେତା ବିଜୟ ମହାପାତ୍ର କରିଛନ୍ତି ସାମ୍ବାଦିକ ସମ୍ମିଳନୀ । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ପରୋକ୍ଷ ଭାବେ ସରକାରଙ୍କୁ କରିଛନ୍ତି ଦୋଷାରୋପ । ସେ କହିଲେ ଘଟଣାକୁ ସରକାର ଯେତେ ଗୁରୁତ୍ୱର ସହ ନେବା କଥା ନେଇନାହାନ୍ତି । ଯଦି ଗୁରୁତ୍ୱର ସହ ନେଇଥାନ୍ତେ ଘଟଣାଟି ଆଦୌ ଘଟିନଥାନ୍ତା । ଘଟଣାକୁ ବିରୋଧ କରି ସାରା ଓଡ଼ିଶାରେ ବନ୍ଦ, ପ୍ରତିବାଦ ମଧ୍ୟ ହୋଇସାରିଲାଣି ।
ଗୋଟିଏ କଥା ସ୍ପଷ୍ଟ ସାରା ଭାରତ ବର୍ଷରେ ଓଡ଼ିଶାକୁ ଲଜ୍ଜ୍ୟା ଆଉ ନିନ୍ଦା ସହିବାକୁ ପଡିଲା । ଏହା ଓଡ଼ିଶା ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା। ଆଉ ଏହା କେବେ ଲିଭାଇ ହେବ ନାହିଁ । ଏହି ଅବପବାଦ ସବୁଦିନ ପାଇଁ ରାଜ୍ୟ ସରକାରଙ୍କ ମୁଣ୍ଡ ଉପରେ ଖଣ୍ଡା ଭଳି ଝୁଲିକି ରହିବ । ବିଜେପି ଯେତେବେଳେ ବିରୋଧି ଦଳରେ ଥିଲା ସେତେବେଳେ ପ୍ରତ୍ୟୋକ କଥାରେ ସିବିଆଇ ତଦନ୍ତ ଦାବି କରୁଥିଲେ । ଏବେ କଣ ପାଇଁ ସିବିଆଇକୁ ନିରପେକ୍ଷ ତଦନ୍ତ ପାଇଁ କହୁନାହାନ୍ତି ସରକାର।
ନିରପେକ୍ଷ ତଦନ୍ତ ପାଇଁ ସରକାରଙ୍କ ଆଗ୍ରହ ନଥିବା ମନେହେଉଛି । ଏହି ଘଟଣାକୁ ସରକାର ଗୁରୁତ୍ବର ସହ ନେବାକୁ ଆଦୌ ରାଜି ନୁହଁନ୍ତି । ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପ୍ରେସ ମିଟସମସ୍ତଙ୍କ ଅଜ୍ଞାତରେ କେବେ ଏହି ଘଟଣା ଘଟିନାହିଁ । ସମସ୍ତଙ୍କ ଜ୍ଞାନ୍ତସାରେ ଏହା ଘଟିଛି। ସମସ୍ତଙ୍କୁ ଜଣାଇଥିଲେ ଛାତ୍ରୀ । ଜିଲ୍ଲାପ୍ରଶାସନଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏଘଟଣାକୁ ଜାଣିଥିଲେ । କିନ୍ତୁ କେହି ଆକଳନ କରିପାରିଲେନି ଘଟଣାଟା ପ୍ରକୃତରେ କେଉଁ ଦିଗକୁ ଯାଉଛି। ଯଦି ଆକଳନ ଠିକ୍ କରିଥାନ୍ତେ ହୁଏତ ଏଫଏମ୍ ଛାତ୍ରୀ ଜଣଙ୍କର ଜୀବନ ରକ୍ଷା ହୋଇଯାଇଥାନ୍ତା ।

Comments are closed.