ନୂଆଦିଲ୍ଲୀ : ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ବିଲୋପ ପାଇଁ ଆସନ୍ତା ୯ ତାରିଖରେ ଭର୍ଚୁଆଲ ମାଧ୍ୟମରେ ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ’ ଅଭିଯାନର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କେନ୍ଦ୍ର ସ୍ୱ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ, ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର, କେନ୍ଦ୍ର ମନ୍ତ୍ରୀଗଣ, ରାଜ୍ୟପାଳ ଏବଂ ଲେଫନାଣ୍ଟ ଗଭର୍ଣ୍ଣର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ଅଭିଯାନରର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ, କର୍ପୋରେଟ୍, ଶିଳ୍ପ, ସିଭିଲ ସୋସାଇଟି ଏବଂ ଏନଜିଓ ପ୍ରତିନିଧି ଉପସ୍ଥିତ ରହିଥିଲେ ।
ଯକ୍ଷ୍ମା ଚିକିତ୍ସା କ୍ଷେତ୍ରରେ ସହାୟତା କରୁଥିବା ତଥା ଯକ୍ଷ୍ମା ବିଲୋପ ଦିଗରେ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଗୋଷ୍ଠୀର ହିତାଧିକାରୀଙ୍କୁ ଏକାଠି କରିବା ସକାଶେ ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର କଳ୍ପନା କରାଯାଇଛି । ରାଷ୍ଟ୍ରପତି ନି-କ୍ଷୟ ମିତ୍ର ପଦକ୍ଷେପର ମଧ୍ୟ ଶୁଭାରମ୍ଭ କରିଛନ୍ତି, ଯାହାକି ଏହି ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ନି-କ୍ଷୟ ମିତ୍ର ପୋର୍ଟାଲ୍ ଯକ୍ଷ୍ମା ଚିକିତ୍ସା କରୁଥିବା ଲୋକଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇବା ଲାଗି ଦାତାମାନଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିଥାଏ । ପୁଷ୍ଟିକର ଖାଦ୍ୟ, ଅତିରିକ୍ତ ପରୀକ୍ଷାନିରୀକ୍ଷା ଏବଂ ଧନ୍ଦାମୂଳକ ସହାୟତା ଏଥିରେ ଅନ୍ତର୍ଭୁକ୍ତ । ନି-କ୍ଷୟ ମିତ୍ର ନାମକ ଏହି ଦାତାମାନେ ନିର୍ବାଚିତ ପ୍ରତିନିଧି, ରାଜନୈତିକ ଦଳ, କର୍ପୋରେଟ୍, ଏନ୍ଜିଓ ଏବଂ ବ୍ୟକ୍ତିବିଶେଷ ଏହାର ହିତାଧିକାରୀ ହୋଇପାରନ୍ତି ବୋଲି କୁହାଯାଇଛି ।

Comments are closed.