ମହା ଆଡମ୍ୱରରେ ଚାଲିଛି ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ଉତ୍ସବ ପ୍ରସ୍ତୁତି

ଭୁବନେଶ୍ବର: ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଉତ୍ସବ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଶିବ ବିବାହ ପାଇଁ ସଜେଇ ହୋଇଛି ପୁରୁଣା ଭୁବନେଶ୍ୱର। ଦେବ ଦମ୍ପତିଙ୍କ ବିବାହ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ଚଣ୍ଡୀ ଚାମୁଣ୍ଡାଙ୍କ ସହ ଦେବା ଦେବୀଙ୍କୁ ନିମନ୍ତ୍ରଣ ଦିଆଯାଇଛି।

ଗୁରୁବାର ମହାଦେବଙ୍କ ମଙ୍ଗନ ଥିବାରୁ ପୂଜା ପଣ୍ଡା ସେବା ସମିତି ପକ୍ଷରୁ ବିଧି ଓ ପ୍ରଥା ଅନୁସାରେ ଆରମ୍ଭ ହୋଇଛି କାର୍ଯ୍ୟ। ରଙ୍ଗୀନ ଲିଚୁ ଲାଇଟ୍, ବଡ଼ ବଡ଼ ତୋରଣ ସହ ଆଲୋକ ମାଳାରେ ସଜେଇ ହୋଇଛି ଏକାମ୍ର କ୍ଷେତ୍ର। ଅଷ୍ଟ ସମ୍ଭୁ ଓ ଅଷ୍ଟଚଣ୍ଡୀଙ୍କ ନିକଟରେ ପୂଜାର୍ଚ୍ଚନା ସହ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଛି। ଶେଷରେ କେଦାର ଗୋରୀ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଛି।

ସେହିପରି ଆଜି ଶୁକ୍ରବାର ରାତିରେ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଛାଡ଼ ବଡ଼ ପଟୁଆରରେ ବରଯାତ୍ରୀ ଧରି କେଦାର ଗୌରୀ ମନ୍ଦିର ଯିବେ। ବିବାହ ଅନୁଷ୍ଠିତ ହେବା ପରେ ୩୧ତାରିଖ ରାତିରେ ପୁଣି ମା’ପାର୍ବତୀଙ୍କୁ ସାଙ୍ଗରେ ଧରି କେଦାର ଗୌରୀ ମନ୍ଦିର ଛାଡ଼ି ଲିଙ୍ଗରାଜ ମନ୍ଦିରକୁ ଫେରିବେ ମହାପ୍ରଭୁ ।

ସେପଟେ ସମ୍ବଲପୁରରେ ପ୍ରସିଦ୍ଧ ‘ଶୀତଳଷଷ୍ଠୀ’ ପର୍ବ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫୦ ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଆମ ସଂସ୍କୃତି, ପରମ୍ପରାର ଅନନ୍ୟ ବାର୍ତ୍ତାବହ । ଏହି ଅନୁଦାନ ଦେବ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଐତିହ୍ୟ ସମ୍ପନ୍ନ ‘ଶୀତଳ ଷଷ୍ଠୀ’ ଯାତ୍ରାକୁ ଆହୁରି ଭବ୍ୟ କରିବ । ଏହାର ପ୍ରଚାର, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ଘୋଷଣା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ଲୋକଙ୍କ ସରକାର, ଏହି ସରକାରରେ ଲୋକ ପରମ୍ପରା ଓ ଓଡ଼ିଆ ଅସ୍ମିତା ଗରିମାମୟ ହେବ ।

Govt

Comments are closed.