ଶୀତଳଷଷ୍ଠୀ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ, ଶିବ-ପାର୍ବତୀଙ୍କ ମାତାପିତା ଚୟନ

ସମ୍ବଲପୁର : ପବିତ୍ର ଅକ୍ଷୟ ତୃତୀୟା ଦିନ ସମାପନ ହୋଇଛି ଶୀତଳଷଷ୍ଠୀର ଆଦ୍ୟପର୍ବ । ସମ୍ବଲପୁରରେ ଆରମ୍ଭ ହେବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହରର ସମସ୍ତ ଶିବାଳୟଗୁଡ଼ିକରୁ ଥାଳ ଉଠା କାର୍ଯ୍ୟକ୍ରମ ହୋଇଥାଏ । ଶୀତଳଷଷ୍ଠୀ ଯାତ୍ରା ପାଇଁ କନ୍ୟା ପିତାମାତା ଚୟନ ହେବା ସହ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଥାଏ । ସମ୍ପୂର୍ଣ୍ଣ ଲୋକାଚାରରେ ସମ୍ବଲପୁରରେ ହୋଇଆସୁଥିବା ଶିବପାର୍ବତୀ ବିବାହ ବା ଶୀତଳ ଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ହେଉଛି ଥାଳଉଠା ପରମ୍ପରା ।

ଶୀତଳଷଷ୍ଠୀ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ, ଶିବ-ପାର୍ବତୀଙ୍କ ମାତାପିତା ଚୟନ

ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ତିଥିରୁ ଏହି ଥାଳଉଠା ପରମ୍ପରା ସମ୍ପନ୍ନ ହୋଇଥାଏ । ସମ୍ବଲପୁରର ପ୍ରମୁଖ ଶିବାଳୟ ଯଥା ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର, ଝାଡ଼ୁଆପଡ଼ାର ଲୋକନାଥ ବାବା ମୋଦିଡ଼ାର ଜାଗେଶ୍ୱର ବାବାଙ୍କ ସମେତ ସମସ୍ତ ଯାତ୍ରା କମିଟିର ଅକ୍ଷୟ ତୃତୀୟା ତିଥିରେ ଥାଳଉଠା ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଦିନ ପାରମ୍ପାରିକ ପୁଜାର୍ଚ୍ଚନା ପରେ ଯାତ୍ରା କମିଟି ମାତା ପାର୍ବତୀଙ୍କର ପିତାମାତା ଚୟନ କରିଥାନ୍ତି । ଏହାପରେ ଦେବ ବିବାହ ପାଇଁ ପଡ଼ାପଡ଼ା ତଥା ଘର ଘର ବୁଲି ପାଣ୍ଠି ସଂଗ୍ରହ କରାଯାଇଥାଏ ।

Comments are closed.