ରଥଯାତ୍ରା ପାଇଁ ବୌଦ୍ଧରେ ପ୍ରସ୍ତୁତି ଜୋରଦାର, ଗଡିବ ତିନି ଠାକୁରଙ୍କ ରଥ

ବୌଦ୍ଧ : କରୋନା ମହାମାରୀରେ ସାରା ବିଶ୍ୱ କବଳିତ ହେବାପରେ ଏହାର ପ୍ରଭାବରୁ ଠାକୁର ମଧ୍ୟ ବର୍ତ୍ତି ପାରିନଥିଲେ । ମନ୍ଦିରଗୁଡିକୁ ପ୍ରବେଶ ନେଇ ଦୀର୍ଘ ସମୟ ଧରି ଭକ୍ତଙ୍କ ଉପରେ କଟକଣା ଲାଗୁ କରାଯିବା ସହିତ ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସବୁଆଡେ ଲଗାତାର ଦୁଇବର୍ଷ ତିନିଠାକୁରଙ୍କ ରଥଯାତ୍ରା ବନ୍ଦ କରାଯାଇଥିଲା । ଏଥର କି;ୁ ଭକ୍ତଙ୍କୁ ଆଉ ନିରାଶ ହେବାକୁ ପଡିବନାହିଁ । ଦୁଇବର୍ଷ ପରେ ପୁଣିଥରେ ରାଜ୍ୟସାରା ତିନିଠାକୁରଙ୍କ ରଥଯାତ୍ରା ମହାସମାରୋହରେ ପାଳନ କରାଯିବ ।

ରଥଯାତ୍ରା ପାଇଁ ବୌଦ୍ଧରେ ପ୍ରସ୍ତୁତି ଜୋରଦାର, ଗଡିବ ତିନି ଠାକୁରଙ୍କ ରଥ

ବୌଦ୍ଧରେ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲୁଛି । ରଥଯାତ୍ରାକୁ ଆଉ ମାସେ ସମୟ ରହିଥିବାବେଳେ ରଥ ମରାମତି କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଥିବା ଦେଖାଯାଇଛି । ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପରେ ବୌଦ୍ଧ ରଥଯାତ୍ରାର ପ୍ରସିଦ୍ଧି ଓ ବିଶେଷତ୍ୱ ରହିଛି । ଶାସକ ରାଜାମାନଙ୍କ ପୃଷ୍ଠପୋଷକତାରେ କେଉଁ ଆବାହମାନ କାଳରୁ ଏଠାରେ ରଥଯାତ୍ରା ପାଳିତ ହୋଇଆସୁଥିଲା । ଦେଶ ସ୍ୱାଧୀନ ହେବାପରେ ଏହି ଯାତ୍ରାର ଦାୟିତ୍ୱ ରାଜ୍ୟ ଦେବତ୍ତୋର ବିଭାଗ ତୁଲାଇ ଆସୁଛି । ବୌଦ୍ଧ ଅଞ୍ଚଳରେ ବୈଷ୍ଣବ ଧର୍ମର ପ୍ରଭାବ ମୂଳରୁହିଁ ରହିଆସିଛି । ଏଠାକାର ଶାସକ ରାଜାମାନେ ଶ୍ରୀଜଗନ୍ନାଥଙ୍କୁ ପରମ ବିଷ୍ଣୁ ଭାବରେ ମାନିଆସିଛନ୍ତି । ତେଣୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଏହି ଅଞ୍ଚଳରେ ପ୍ରଗାଢ ଭକ୍ତି ଭାବନା ଦେଖାଯାଇଥାଏ । ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ତିନି ଠାକୁରଙ୍କ ରଥ ନିର୍ମାଣ ପାଇଁ ପ୍ରାୟ ସମସ୍ତ କାଠ ବୌଦ୍ଧ ଜିଲା ଯୋଗାଇଦେଇଥାଏ । ପୁରୀ ରଥ ନିର୍ମାଣ ପାଇଁ କାଠ ଅଭାବ ଦେଖାଯିବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଉଦ୍ୟମକ୍ରମେ ବନ ବିଭାଗ ପକ୍ଷରୁ ବୌଦ୍ଧରେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ସୃଷ୍ଟି ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଠାକାର ଲୋକମାନେ ମଧ୍ୟ ଏହି ନିଷ୍ପତିକୁ ନିଜର ସୌଭାଗ୍ୟ ବୋଲି ବିବେଚନା କରିବା ସହିତ ଶହ ଶହ ଏକର ଅଞ୍ଚଳରେ ହୋଇଥିବା ଶ୍ରୀଜଗନ୍ନାଥ ବନ ପ୍ରକଳ୍ପକୁ ଧର୍ମୀୟ ଭାବନା ନେଇ ଜଗି ରହିଛନ୍ତି । ଏହି ବନ ପ୍ରକଳ୍ପ ସୃଷ୍ଟି ଦ୍ୱାରା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସହିତ ବୌଦ୍ଧ ବାସୀଙ୍କ ସଂପର୍କ ଆହୁରି ନିବିଡ ହୋଇପାରିଛି । କି;ୁ ପରିତାପର ବିଷୟ ଏହିଯେ ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁବେଳେ ସମ୍ବଳର ଅଭାବ ରହିଛି । ପ୍ରତିବର୍ଷ ରାଜ୍ୟ ସରକାର ବୌଦ୍ଧର ରଥଯାତ୍ରା ପାଇଁ ଅନୁଦାନ ଯୋଗାଇଦେଉଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ପାଣି । ତେଣୁ ଜିଲା ପ୍ରଶାସନ ଓ ସ୍ଥାନୀୟ ବିଭିନ୍ନ ସଂଗଠନର ପ୍ରତିନିଧି ଓ ସହରର ବୁଦ୍ଧଜୀବୀ ମାନେ ମିଳିତ ଭାବରେ ରଥଯାତ୍ରାର ସମସ୍ତ ଦାୟିତ୍ୱ ସଂପାଦନ କରିଥାନ୍ତି । ଆଗାମୀ ରଥଯାତ୍ରା ପାଇଁ ବୌଦ୍ଧ ଏବେଠାରୁ ଚଳଚଞ୍ଚଳ । ବଡଦାଣ୍ଡର ଖାଲ ଖମା ମରାମତି ଆରମ୍ଭ ହେବା ସହିତ ଏହାକୁ ପ୍ରଶସ୍ତ ଓ ସୌନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦିଆଯାଉଛି । ସେହିପରି ଏଠାରେ ପରମ୍ପରା ଅନୁଯାୟୀ ତିନି ଠାକୁର ଗୋଟିଏ ରଥରେ ବସି ଗୁଣ୍ଡିଚା ଯାତ କରୁଥିବାବେଳେ ରାଜାଙ୍କ ପୃଷ୍ଠପୋଷକତାର ର୍ନିର୍ମିତ ରଥକୁ ପ୍ରତିବର୍ଷ କେବଳ ମରାମତି କାଯାଇଥାଏ । ଉଚ୍ଚତାରେ ପୁରୀ ପରେ ବୌଦ୍ଧ ରଥ ଦ୍ୱିତିୟରେ ରହିଥିବା କୁହାଯାଉଥିବାବେଳେ ବଡଦାଣ୍ଡ ସଙ୍କୁଚିତ ହେବା ସହିତ ଏହି ରଥର ଆକାର ମଧ୍ୟ କମି କମି ଚାଲିଛି । ୧୬ ଚକରୁ ଅଭଙ୍ଗ ରଥଟି ୧୦ ଚକରେ ପରିଣତ ହୋଇସାରିଥିବା ବେଳେ ସେହି ଅନୁପାତରେ ଉଚ୍ଚତା ମଧ୍ୟ ପ୍ରାୟ ୮ ଫୁଟ କମି ସାରିଥିବା ବୟସ୍କ ଲୋକମାନେ ପ୍ରକାଶ କରିଥାନ୍ତି । ତେବେ ଦୁଇବର୍ଷ ହେଲା ରଥଯାତ୍ରା ହୋଇନଥିବାରୁ ଖୋଲା ଆକାଶ ତଳେ ବର୍ଷ ତମାମ ଖରାବର୍ଷାରେ ପଡି ରହିଥିବା ଏହି ରଥ ପାଇଁ ଚଳିତବର୍ଷ ଅଧିକ ମରାମତିର ଆବଶ୍ୟକତା ଦେଖାଦେଇଛି ।

ପ୍ରଶାସନ ପକ୍ଷରୁ ମଧ୍ୟ ଚଳିତବର୍ଷ ରଥ ମରାମତି କାମ ଆଗୁଆ ଆରମ୍ଭ କରାଯାଇଛି । ମହାରଣାମାନଙ୍କ ସୂଚନା ଅନୁଯାୟୀ ଦୁଇବର୍ଷ ରଥ ଟଣା ହୋଇନଥିବାରୁ ଚଳିତବର୍ଷ ଟିକିନିଖି ଭାବରେ ସମସ୍ତ ମରାମତିକୁ ଧ୍ୟାନ ଦିଆଯାଉଛି ।ରଥର ସମସ୍ତ ୧୦ ଗୋଟି ଚକର ମରାମତି କରାଯିବା ସହିତ ଉପର ଭାଗର ମଧ୍ୟ ଆବଶ୍ୟକୀୟ ମରାମତି କରାଯିବ । ତେଣୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ ପକ୍ଷରୁ ଆଗୁଆ କାଠ ଯୋଗାଇଦିଆଯାଇଛି । ରଥ ମରାମତି କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ଅନ୍ୟ ନିତିକାନ୍ତି କିପରି ଶୃଙ୍ଖଳିତ ଭାବରେ ପାଳନ ହେବ ତାହାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି ।ଦୁଇବର୍ଷ ପରେ ଏଥର ରଥଯାତ୍ରାରେ ବଡଦାଣ୍ଡରେ ଠାକୁରଙ୍କ ରଥ ଗଡିବ, ତେଣୁ ଭକ୍ତଙ୍କ ମନରେ ମଧ୍ୟ ଅନେକ ଉତ୍କଣ୍ଠା ପ୍ରକାଶ ପାଇଛି । ଯାତ୍ରାକୁ ଶୃଙ୍ଖଳିତ ଭାବରେ ପାଳନ ପାଇଁ ଲୋକଙ୍କ ସହଯୋଗ କାମନା କରାଯାଇଥିବାବେଳେ ମନ୍ଦିର ପରିଚାଳନା ଠାରୁ ଆରମ୍ଭ କରି ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ ନିତିକାନ୍ତି ଠିକ୍‌ ଭାବରେ କିପରି ହୋଇପାରିବ ସେଥିପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।

Launching Ceremony of “AYUSHMAN BHARAT

Comments are closed.