ମାଆ ହେଲେ ପ୍ରୀତି

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରୀର ବବଲୀ ଆକ୍‌ଟ୍ରେସ୍‌ ପ୍ରୀତି ଜିଣ୍ଟା ତାଙ୍କ ପ୍ରଶଂସକଙ୍କୁ ଦେଇଛନ୍ତି ଖୁସି ଖବର । ୪୬ ବର୍ଷ ବୟସରେ ଡିମ୍ପଲ୍‌ ଗର୍ଲ ପ୍ରୀତି ଯାଆଁଳ ସନ୍ତାନର ଜନନୀ ହୋଇଛନ୍ତି । ଜୀବନର ଏହି ଖୁସି ମୁହୂର୍ତ୍ତକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ସେୟାର କରିଛନ୍ତି । ଏହାସହ ପ୍ରୀତି ଦୁଇଟି ସନ୍ତାନର ନାଁ ମଧ୍ୟ ଘୋଷଣା କରିଛନ୍ତି । ସେ ଉଭୟ ସନ୍ତାନଙ୍କ ନାମ ଜୟ ଜିଣ୍ଟା ଗୁଡ୍‌ଏନଫ୍‌ ଏବଂ ଜିୟା ଜିଣ୍ଟା ଗୁଡ୍‌ଏନଫ୍‌ ରଖିଛନ୍ତି । ଅଭିନେତ୍ରୀ ପ୍ରୀତି ସରୋଗେସି ଜରିଆରେ ଏହି ଯାଆଁଳା ଛୁଆକୁ ଜନ୍ମ ଦେଇଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ଆପଣ ସମସ୍ତଙ୍କ ସହ ଆଜି ଏକ ଖୁସି ଖବର ବାଣ୍ଟିବାକୁ ଚାହୁଁଛି ।
 ମାଆ ହେଲେ ପ୍ରୀତି
ମୁଁ ଆଉ ଜିନ୍‌ ବହୁତ ଖୁସି ଅଛୁ । ଆମ ପରିବାରରେ ନିଜର ଯମଜ ସନ୍ତାନ ଜୟ ଏବଂ ଜିଣ୍ଟା ଜନ୍ମ ନେଇଛନ୍ତି । ଏଥିସହ ତାଙ୍କର ଏହି ଯାତ୍ରାରେ ସାଥୀ ହୋଇଥିବା ଡାକ୍ତର, ନର୍ସ ଏବଂ ସରୋଗେଟଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଇଥିବା ପୋଷ୍ଟରେ ପ୍ରୀତି ଲେଖିଛନ୍ତି । ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଉଭୟଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ପ୍ରୀତି ଜିଣ୍ଟା ୨୦୧୬ରେ ନିଜର ପୁରୁଷ ବନ୍ଧୁ ତଥା ଆମେରିକାର ଜିନ୍‌ ଗୁଡ୍‌ଏନଫ୍‌ଙ୍କୁ ବିବାହ କରିଥିଲେ । ଜିନ୍‌ ପ୍ରୀତିଙ୍କଠାରୁ ବୟସରେ ୧୦ ବର୍ଷ ସାନ । ଏବେ ପ୍ରୀତି ଆମେରିକାରେ ରହୁଛନ୍ତି । ଜିନ୍‌ ପେଶାରେ ଜଣେ ଫାଇନାସିଆଲ୍‌ ଆନାଲିଷ୍ଟ । ଜଣେ ସଫଳ ଅଭିନେତ୍ରୀ ଭାବେ ପ୍ରୀତି ଜିଣ୍ଟା ବଲିଉଡ୍‌ରେ ପରିଚିତ । ତାଙ୍କ ଅଭିନୀତ ଅଧିକାଂଶ ଫିଲ୍ମ ସୁìପରହିଟ୍‌ ସାବ୍ୟସ୍ତ ହୋଇଛି । ସେ ୧୯୯୮ରେ ମୁକ୍ତିଲାଭ କରିଥିବା ସୁପରହିଟ୍‌ ଫିଲ୍ମ ଦିଲ୍‌ ସେରୁ ବଲିଉଡ୍‌ କ୍ୟାରିଅର ଆରମ୍ଭ କରିଥିଲେ । ଗତ କିଛି ବର୍ଷ ଧରି ପ୍ରୀତି ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି । ୨୦୧୮ରେ ଆସିଥିବା ଭୟାଜି ସୁପରହିଟ୍‌ ତାଙ୍କର ଶେଷ ଫିଲ୍ମ ଥିଲା ।

Launching Ceremony of “AYUSHMAN BHARAT

Comments are closed.