ନିକଟରେ ପ୍ରଭାସଙ୍କ ଜନ୍ମଦିନ ଅବସରରେ ଫିଲ୍ମ ସ୍ପିରିଟର ନିର୍ଦ୍ଦେଶକ ସନ୍ଦୀପଙ୍କ ପକ୍ଷରୁ ଏକ ଅଡିଓ ରିଲିଜ କରାଯାଇଛି, ଯାହାକୁ ନେଇ ବର୍ତ୍ତମାନ ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସିଛନ୍ତି ପ୍ରଭାସ । ମେକର୍ସଙ୍କ ପକ୍ଷରୁ ପ୍ରଭାସଙ୍କ ଫ୍ୟାନଙ୍କ ପାଇଁ ଏକ ସ୍ପେସାଲ ଅଡିଓ ପ୍ରୋମୋ ରିଲିଜ କରିଛନ୍ତି । ଏହି ଅଡିଓରେ ଡାଇଲଗ ସହିତ ସମସ୍ତ ଅଭିନେତାଙ୍କୁ ଫ୍ୟାନଙ୍କ ସହିତ ଇଣ୍ଟଡ୍ୟୁସ୍ କରାଯାଇଛି । ଯେଉଁଥିରେ ପ୍ରଭାସଙ୍କୁ ଭାରତର ସୁପରଷ୍ଟାରର ଆଖ୍ୟା ଦିଆଯାଇଛି । ଏହାକୁ ନେଇ ପ୍ରଭାସଙ୍କ ଫ୍ୟାନ ଖୁସି ଅଛନ୍ତି ହେଲେ ଶାହରୁଙ୍କ ଫ୍ୟାନ ଏହାକୁ ନେଇ ନାଖୁସ ଅଛନ୍ତି । ଶାହରୁଖ ଖାନ ଥାଉଥାଉ ପ୍ରଭାସଙ୍କୁ ଭାରତର ସୁପରଷ୍ଟାର କହିବା ସେମାନଙ୍କୁ ପସନ୍ଦ ଆସିନି । ଯାହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଛି । ସୋସିଆଲ ମିଡିଆୟୁଜର୍ସମାନେ ଏହାକୁ ସଲମାନ ଓ ଶାହରୁଖଙ୍କ ପ୍ରତି ଅପମାନ ବୋଲି ମାନୁଛନ୍ତି । ଶାହରୁଖଙ୍କ ଫ୍ୟାନମାନେ ଶାହରୁଖଙ୍କୁ ଭାରତର ସୁପରଷ୍ଟାର ଆଖ୍ୟା ଦେଉଥିବାବେଳେ ସଲମାନଙ୍କ ଫ୍ୟାନ ସମାନ ରୂପରେ ସଲମାନଙ୍କୁ ସୁପରଷ୍ଟାରର ଆଖ୍ୟା ଦେଉଛନ୍ତି ।
