ବଲିଉଡ୍ ଅଭିନେତ୍ରୀ ପ୍ରଣତି ରାୟ ପ୍ରକାଶ ନିଜ ସ୍ୱାସ୍ଥ୍ୟକୁ ନେଇ ସର୍ବଦା ସଜାଗ ରହିଥାନ୍ତି । ସୁସ୍ଥ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ନିଜ ଦିନଚର୍ଯ୍ୟାରେ ଯୋଗକୁ ଗୁରୁତ୍ୱ ଦିଅନ୍ତି । ଆକର୍ଷକ ବ୍ୟକ୍ତିତ୍ୱ ପାଇଁ ପରିଚିତ ପ୍ରଣତି ବଲିଉଡ୍ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଚେହେରା ।
ସର୍ବଦା ସୋସିଆଲ ମିଡିଆରେ ନିଜ ଫିଟନେସ୍କୁ ନେଇ ଚର୍ଚ୍ଚାରେ ରହୁଥିବା ପ୍ରକୃତି ପ୍ରେମୀ ପ୍ରଣତି ନିକଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଯୋଗ ଅଭ୍ୟାସ କରୁଥିବା ନଜର ଆସିଛନ୍ତି ।
ଏହାକୁ ନେଇ ପ୍ରଣତି କହିଛନ୍ତି, ଯୋଗ ଓ ଧ୍ୟାନ ମନ ଓ ଶରୀର ପାଇଁ ଏକ ସୁନ୍ଦର ଅଭ୍ୟାସ । ସେ ଅନେକ ପ୍ରକାରର ଆସନ କରୁଥିବା ମଧ୍ୟ ଭିଡିଓରେ ନଜର ଆସୁଛନ୍ତି । ପୂର୍ବରୁ ମଧ୍ୟ ଅଭିନେତ୍ରୀ ତଥା ଲୋକପ୍ରିୟ ମଡେଲ ନିଜ ପ୍ରଶଂସକଙ୍କ ପାଇଁ ସବୁବେଳେ ଏପ୍ରକାରର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ତାଙ୍କ ପ୍ରଶଂସକଙ୍କ ମଧ୍ୟ ଏହି ଫିଟନେସ୍ ଭିଡିଓରୁ ବହୁତ ପ୍ରଭାବିତ ହୋଇଥାନ୍ତି ।
ବିହାରରେ ଜନ୍ମିତା ପ୍ରଣତି ଫ୍ୟାଶନ ଆଇକନ୍ ସହ ଟପ୍ ମଡେଲ ଭାବେ ଭାରତୀୟ ମନୋରଞ୍ଜନ ଜଗତରେ ଖ୍ୟାତି ଅର୍ଜନ କରିଛନ୍ତି । ୨୦୧୫ରେ ସେ ମଡେଲ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୬ରେ ମଡେଲିଂର ପପୁଲାର ଶୋ ‘ଇଣ୍ଡିଆଜ୍ ନେକ୍ସଟ୍ ମଡେଲ’ର ବିଜୟନୀ ହୋଇଥିଲେ । ଏହାପରେ ସେ ‘ଇଣ୍ଡିଆଜ୍ ନେକ୍ସଟ୍ ସୁପରଷ୍ଟାର’ରେ ନଜର ଆସିଥିଲେ ।
କିଛି ବର୍ଷ ପରେ ୨୦୧୯ରେ ପ୍ରଣତି ଜିଫାଇଭ୍ର େୱବ୍ ସିରିଜ୍ ‘ପଏଜନ୍’ ଜରିଆରେ ଅଭିନୟ ଦୁନିଆରେ ପାଦ ରଖିଥିଲେ । ଏହାପରେ ‘ଫ୍ୟାମିଲି ଅଫ୍ ଠାକୁରଗଞ୍ଜ’ ଫିଲ୍ମରେ ନିଜର ଚମତ୍କାର ଅଭିନୟ ଦ୍ୱାରା ସେ ରାତାରାତି ଫିଲ୍ମ ଷ୍ଟାର ପାଲଟିଯାଇଥିଲେ ।
ଶେଷ ଥର ପାଇଁ ଫିଲ୍ମ ‘କର୍ଟେଲ୍’ରେ ସୁପ୍ରିୟା ପାଠକ ଏବଂ ଋତିକ୍ ଧନଜାନୀଙ୍କ ସହ ଅଭିନୟ କରିଥିଲେ । ଏହାପୂର୍ବରୁ ଅଭିନେତ୍ରୀ ‘ମନଫୋଡଗଞ୍ଜ କି ବିନ୍ନି’ ଏବଂ ‘ଲଭ୍ ଆଜ୍ କଲ୍-୨’ରେ ନଜର ଆସିଥିଲେ । ଆଗକୁ ଅ³ାସ ମସ୍ତାନ ଦ୍ୱାରା ନିର୍ଦ୍ଦେଶିତ ଅର୍ଜୁନ ରାମପାଲଙ୍କ ସହ ନେଟ୍ଫ୍ଲିକ୍ସ େୱବ୍ ଫିଲ୍ମ୍ ‘ପେଣ୍ଟ୍ ହାଉସ୍’ରେ ନିଜ ଅଭିନୟକୁ ଜାହିର କରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ।
Comments are closed.