ଭୁବନେଶ୍ୱର : ଆୟର୍ଲାଣ୍ଡର ଡବଲିନ୍ ସହରରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ପାରାବ୍ୟାଡ଼ମିଣ୍ଟନ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ରୌପ୍ୟ ପଦକ ଜିତିଛନ୍ତି । ପ୍ରତିଯୋଗିତାର ଅନ୍ତିମ ଦିନ ବିଶ୍ୱବିଜେତା ପାରାଲିମ୍ପିଆନ୍ ପ୍ରମୋଦ ଏସ୍ଏଲ୍-୩ ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କ ଠାରୁ ୧୭-୨୧, ୯-୨୧ ଗେମ୍ରେ ପରାସ୍ତ ହୋଇ ରୌପ୍ୟରେ ସ;ୁଷ୍ଟ ହୋଇଛନ୍ତି । ଟୋକିଓ ପାରାଲିମ୍ପିକ୍ର ବିଜେତା ଓ ଉପବିଜେତା ବେଥେଲ ଓ ପ୍ରମୋଦ ପୁଣିଥରେ ଫାଇନାଲରେ ଭେଟାଭେଟି ହୋଇଥିଲେ । ପାରାଲିମ୍ପିକ୍ରେ ପ୍ରମୋଦ ସ୍ୱର୍ଣ୍ଣ ଜିତିଥିବା ବେଳେ ଏଥର ବେଥେଲ ସ୍ୱର୍ଣ୍ଣ ବାଜି ମାରିଛନ୍ତି । ଏହି ପ୍ରତିଯୋଗିତାର ପ୍ରଥମ ସେଟ୍ରୁ ହିଁ ବେଥେଲ ପ୍ରଭାବ ବିସ୍ତାର କରିଥିଲେ । ଖୁବ୍ ସହଜରେ ୨୧-୧୭ରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ଗେମ୍ରେ ପ୍ରମୋଦ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ପାଇନଥିଲେ । ବେଥେଲ ୨୧-୯ ଗେମ୍ରେ ବିଜୟୀ ହୋଇ ଅଲିମ୍ପିକ୍ ପରାଜୟର ପ୍ରତିଶୋଧ ନେଇଛନ୍ତି ।
୨୦୨୨ରେ ପ୍ରମୋଦ ଓ ବେଥେଲ ୪ଥର ଅନ୍ତର୍ଜାତୀୟ ପ୍ରତିଯୋଗିତାର ଫାଇନାଲରେ ଭେଟାଭେଟି ହୋଇଛନ୍ତି । ଏଥିରେ ବେଥେଲ ୩ଥର ବିଜୟୀ ହୋଇଥିବା ବେଳେ ପ୍ରମୋଦଙ୍କୁ ଥରେ ସଫଳତା ମିଳିଛି । ଅନ୍ୟତମ ଓଡ଼ିଆ ଖେଳାଳି ଦୀପରଞ୍ଜନ ବିଶୋଇ ଏସ୍ଏଲ-୪ ସିଙ୍ଗଲ୍ସ ସେମିଫାଇନାଲରେ ୧୧-୨୧, ୭-୨୧ ଗେମ୍ରେ ଫ୍ରାନ୍ସର ଲୁକାସ ମଜୁରଙ୍କ ନିକଟରୁ ପରାଜିତ ହୋଇ ବ୍ରୋଞ୍ଜ ପଦକରେ ସ;ୁଷ୍ଟ ହୋଇଛନ୍ତି । ଓଡ଼ିଶାର ଏହି ଦୁଇ ପାରାବ୍ୟାଡ଼ମିଣ୍ଟନ ଖେଳାଳି ପଦକ ହାସଲ କରିଥିବାରୁ ରାଜ୍ୟ ସଂଘ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।
Comments are closed.