ଭୁବନେଶ୍ୱର: ନଭେମ୍ବର ୦୬: ଆଜି ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ଏଥିପାଇଁ ନବରଙ୍ଗପୁର ସର୍କିଟ ହାଉସ ସ୍ଥିତ ପଡ଼ିଆରେ ବ୍ୟାପକ ଆୟୋଜନ ହୋଇଛି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦୀପଙ୍କ ସହିତ ତାଙ୍କୁ ସମର୍ଥନ କରୁଥିବା କର୍ମୀ ଏବଂ କଂଗ୍ରେସର କିଛି ନେତା ମଧ୍ୟ ବିଜେଡିରେ ଯୋଗ ଦେବେ । କାର୍ଯ୍ୟକ୍ରମରେ ଭର୍ଚୁଆଲ ବୈଠକ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପ୍ରଦୀପ ଓ ଅନ୍ୟ ନୂତନ ସଦସ୍ୟଙ୍କୁ ଉତ୍ସାହିତ କରିବେ । ଏହି ସମୟରେ ବିଜେଡିର କିଛି ବରିଷ୍ଠ ନେତା ଓ ମନ୍ତ୍ରୀ ସଭା ସ୍ଥଳରେ ଉପସ୍ଥିତ ରହିବେ ।
ଅନ୍ୟପକ୍ଷରେ, ପ୍ରଦୀପଙ୍କ ବିଜେଡିରେ ଯୋଗ ଦେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୟପୁର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି, କେହି ଦଳ ଛାଡ଼ିଲେ କଂଗ୍ରେସକୁ କୌଣସି ଫରକ୍ ପଡ଼ିବନି । କେବଳ ନିର୍ବାଚନ ହାରୁଥିବା ଲୋକେ ଦଳ ଛାଡ଼ୁଛନ୍ତି ।
ଅକେଫାବର ୨୨ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପ୍ରଦୀପ ମାଝୀ । ବିଜେଡିରେ ସେ ନିଜ ସମର୍ଥକଙ୍କ ସହିତ ଯୋଗ ଦେବେ ବୋଲି ୨୪ ତାରିଖରେ ପ୍ରଦୀପ ଏକ ପ୍ରେସ୍ ମିଟ୍ ଡ଼କାଇ ଘୋଷଣା କରିଥିଲେ ।

Comments are closed.