ଅଞ୍ଜଳି ସିଂ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ କଞ୍ଜୱାଲା ଘଟଣା ସମ୍ପର୍କରେ ଦିଲ୍ଲୀ ପୋଲିସ କୁ ନୋଟିସ ଜାରି କରାଯାଇଛି I ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ଶାଲିନୀ ସିଂଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ଶାଲିନୀ ସିଂ ଏହି ଘଟଣାର ଅନୁସନ୍ଧାନ କରିବେ ଏବଂ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏହି ବିଷୟରେ ଅବଗତ କରାଯାଇଛି। କଞ୍ଜୱାଲା ଘଟଣାରେ ସୋମବାର (ଜାନୁୟାରୀ ୨ ) ମୃତକ ଅଞ୍ଜଳି ସିଂଙ୍କର ପୋଷ୍ଟମର୍ଟମ ମଧ୍ୟ ଶେଷ ହୋଇଛି।

ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଯାନ ବାହନର ଆଘାତ ଜନିତ ପ୍ରବଳ ରକ୍ତସ୍ରାବ, ମୁଣ୍ଡ, ମେରୁଦଣ୍ଡ, ଗୋଡ ତଥା ଖପୁରୀରେ ଆଘାତ ଯୋଗୁଁ ଯୁବତୀଙ୍କ ମୃତ୍ୟୁ ହୋଇଛି I ପୋଷ୍ଟମର୍ଟମ ସମୟରେ LNJP ର ଫୋରେନସିକ୍ ବିଭାଗର ମୁଖ୍ୟ ଉପେନ୍ଦ୍ର କିଶୋରଙ୍କ ନେତୃତ୍ୱରେ ୩ ଜଣିଆ ଡାକ୍ତର ଦଳ ଙ୍କ ଦ୍ୱାରା କରାଯାଇଥିଲା I ପୋଷ୍ଟମର୍ଟମ ପ୍ରାୟ ୧ ଘଣ୍ଟା ଧରି ଚାଲିଥିଲା ​​I ମାତ୍ର ରିପୋର୍ଟ ଅନୁସାରେ ତାଙ୍କର ଗୁପ୍ତାଙ୍ଗରେ କୌଣସି କ୍ଷତ ଚିହ୍ନ ନାହିଁ। ଏଥିସହ ଦିଲ୍ଲୀ ପୋଲିସ ମଧ୍ୟ ମୃତ ଅଞ୍ଜଳିଙ୍କ ସହ କୌଣସି ଦୁଷ୍କର୍ମ ହୋଇନଥିବା କହିଛି।

ପୋଲିସ କହିବା ଅନୁସାରେ, ମୃତ ଯୁବତୀ ନିଜ ପରିବାରର ଏକମାତ୍ର ରୋଜଗାରିଆ ଥିଲେ । ଡିସେମ୍ବର ୩୧ ତାରିଖ ରାତିରେ ଦିଲ୍ଲୀର କଞ୍ଜୱାଲାରେ ତାଙ୍କ ସ୍କୁଟି ସହ ଏକ କାର୍ ଧକ୍କା ହୋଇଥିଲା। ଏହାପରେ ସେ କାର୍ ତଳେ ଫସି ଯାଇଥିଲେ । ପ୍ରାୟ ୧୨ କିଲୋମିଟର ଯାଏଁ ପୀଡିତାଙ୍କୁ କାର୍ ଘୋଷାଡି ନେଇଥିଲା। ଏହାପରେ ଦିଲ୍ଲୀର କଞ୍ଜୱାଲାରେଏକ ରାସ୍ତାରେ ନିବସ୍ତ୍ର ଅବସ୍ଥାରେ ଯୁବତୀଙ୍କ ମୃତଦେହ ମିଳିଥିଲା।

ଦିଲ୍ଲୀ ପୋଲିସ ଏହି ମାମଲାର ଅଭିଯୁକ୍ତ ଥିବା ୫ ଜଣଙ୍କୁ ପୁଲିସ ଗିରଫ କରି ସେମାନଙ୍କ ନାଁ ଜାରି କରିଛି। ଦୀପକ ଖାନ୍ନା, ଅମିତ ଖାନ୍ନା, କୃଷ୍ଣ, ମିଥୁନ ଏବଂ ମନୋଜ ମିତ୍ତଲଙ୍କୁ ଗିରଫ କରାଯାଇଛି। ଆଇପିସି ଧାରା ୨୯୭ ଅନୁଯାୟୀ ଅପରାଧିକ ଷଡଯନ୍ତ୍ରରେ ମାମଲା ରୁଜୁ ହୋଇଛି। ଏହି ୫ ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡରେ ପଠାଯାଇଛି। ଘଟଣା ଦିନ ସମସ୍ତ ୫ ଅଭିଯୁକ୍ତ ନିଶାଶକ୍ତ ଅବସ୍ଥାରେ ଥିଲେ। ଏମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

Launching Ceremony of “AYUSHMAN BHARAT

Comments are closed.