୮୦ ଲକ୍ଷର କାମ 8ଦିନରେ ଉଠିଲା ପିଚୁ

ସମୟ ଲାଇଭ,୬/୩: ୬ ମାସ ତାଳୁ ଅବଧି ସାରିବା ପରେ ମଧ୍ୟ କାମ ଚାଲିଛି | ଅନ୍ୟପଟେ ସୂଚନା ଫଳକରେ ଲେଖା ହୋଇଛି କାମ ଶେଷ ହୋଇଯାଇଛି | ଏତିକିରେ ଜାଲିଆତି ଅଟକି ନାହିଁ କାମ ଏତେ ନିମ୍ନମାନର ହୋଇଛି ଯେ ୮ ଦିନ ତଳେ ଯେଉଁ ପିଚୁ କାମ ହୋଇଛି ତାହା ଧସିଯାଉଛି. ଏହି ଫମ୍ପା, ନିମ୍ନମାନ କାମ କୁ ଲୁଚିବା ପାଇଁ ମାଟି ରାସ୍ତା ଉପରେ ଗଦା କରିଛନ୍ତି ଠିକାଦାର |

ଡେରାବିଶ ବ୍ଲକ କୁସୁନୁପୁର ଠାରୁ ଭଣଙ୍ଗା ପର୍ଯ୍ୟନ୍ତ ଗ୍ରାମ୍ୟ ଉନୟନ ରାସ୍ତା କାମରେ ଏଭଳି ସଂଘାତିକ ଦୃଶ୍ୟ ଦେଖିବାକୁ ମିଳିଛି |
ସୂଚନା ପ୍ରକାଶ ଯେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନୟନ ବିଭାଗ ଅଧିନରେ ଏହି ରାସ୍ତା କାର୍ଯ୍ୟ ଚାଲିଛି | ଏହି ଦୁଇ କିଲୋମିଟର ରାସ୍ତା ନିମନ୍ତେ 80ଲକ୍ଷ 12 ହଜାର ଟଙ୍କା ବେୟ ଅଟକଳ ହୋଇଛି | ଅବଧି 2019 ଅକ୍ଟୋବର ମାସଠାରୁ ସରିଥିଲେ ମଧ୍ୟ କାମ କିନ୍ତୁ ସରୁ ନାହିଁ ରାସ୍ତା ଅଧାପନ୍ତରିଆ ପଡ଼ିରହିଛି | ଏହି ଦୁଇ କିଲୋମିଟର ରାସ୍ତାରୁ 1310 ମିଟର ପିଚୁ ପାଇଁ ବ୍ୟବସ୍ଥା ଥିବା ବେଳେ 690 ମିଟର ଢ଼ଳେଇ ପାଇଁ ଏସ୍ଟିମେଣ୍ଟ ରେ ବରାଦ ହୋଇଛି. ତେବେ 11ନମ୍ବର କେନାଲ ଶାଖା 11(ଏ )କେନାଲ ବନ୍ଧ କାମ ଏତେ ନିମ୍ନ ମାନର ହୋଇଛି ଯେ ଚାରି ଚକିଆ ଜାନ ଯିବ ଅସମ୍ଭବ ହୋଇପଡିଛି. ରାସ୍ତା କୁ ଧରି ରଖିଥିବା ମାଟିକୁ ଠିକାଦାର କାଟି ତରବରିଆ ଭାବେ ରାସ୍ତା ନିର୍ମାଣ କରୁଛି. ଏପରି କି ପାଖରେ ଥିବା ନାଳ ରୁ ଜେସିବି ଦ୍ୱାରା ପଙ୍କ ମାଟିକୁ ରାସ୍ତାରେ ଦେବା ଦ୍ୱାରା ରାସ୍ତାଟି ଦୁର୍ବଳ ହୋଇପଡିଛି | ତେବେ ଭାରିଯାନ ଯଦି ଟିକିଏ କଡ଼କୁ ଯାଉଛି ରାସ୍ତା ଫାଟି ଧସି ଯାଉଛି |

ତେବେ ଏହି ନିମ୍ନମାନର କାମ ଦେଖି ଗ୍ରାମବାସୀ ଓ ବୁଦ୍ଧିଜୀବୀ ଏକାଧିକ ଥର ଉଚ୍ଚପଦସ୍ଥ ପଦାଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ ଫଳ ଶୂନ. ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ହେତୁ ଏଭଳି ଘଟଣା ଦେଖିବାକୁ ମିଳିଛି |

Launching Ceremony of “AYUSHMAN BHARAT

Comments are closed.