ବଲିଉଡ୍ ଅଭିନେତ୍ରୀ ପୁନମ ଢିଲ୍ଲୋଁଙ୍କ ଝିଅ ପଲୋମା ଖୁବଶୀଘ୍ର ବଲିଉଡ୍ରେ ଡେବୁ୍ୟ କରିବାକୁ ଯାଉଛନ୍ତି ।

ପ୍ରଥମ ଫିଲ୍ମରେ ପଲୋମାଙ୍କ ନାୟକ ସାଜିଛନ୍ତି ଅଭିନେତା ସନି ଦେୱଲଙ୍କ ପୁଅ ରାଜବୀର ଦେୱଲ । ପଲୋମା ନିଜ ଅଭିନୟ କ୍ୟାରିଅରର ଆରମ୍ଭ ରାଜଶ୍ରୀ ପ୍ରଡକ୍ସନ ହାଉସ୍ ସହ କରିବେ । ଏହାସହ ପଲୋମା ଏବଂ ରାଜବୀରଙ୍କ ଏହି ଫିଲ୍ମକୁ ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ସୁରଜ ବଡଜାତ୍ୟାଙ୍କ ପୁଅ ଅବନଶ ଏସ୍ ବଡଜାତ୍ୟା ନିର୍ଦ୍ଦେଶନା କରିବେ ।

ଏହା ଅବନୀଶଙ୍କ ମଧ୍ୟ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ହେବ । ତେବେ ଏପର୍ଯ୍ୟନ୍ତ ଫିଲ୍ମର ଟାଇଟଲ ଚୟନ ହୋଇନାହିଁ, କିନ୍ତୁ ଏହା ରାଜଶ୍ରୀର ୫୯ତମ ଫିଲ୍ମ ହେବ । ଫିଲ୍ମଟି ଚଳିତ ବର୍ଷ ଜୁଲାଇରେ ଫ୍ଲୋର ଉପରକୁ ଆସିବ ବୋଲି ସୂଚନା ମିଳିଥିବା ବେଳେ ମୁମ୍ବାଇରେ ପ୍ରାରମ୍ଭିକ ସୁଟିଂ ହେବ । ଆଜିର ସମୟର ପ୍ରେମ କାହାଣୀକୁ ନେଇ ଫିଲ୍ମଟି ଆଧାରିତ ହୋଇଛି ।

ଏଥିରେ ସମ୍ପର୍କର ଜଟିଳତା ଏବଂ ମଧୁରତାକୁ ଦର୍ଶାଯିବ ବୋଲି ନିର୍ଦ୍ଦେଶକ ଅବନୀଶ କହିଛନ୍ତି । ପ୍ରଥମ ଫିଲ୍ମରେ ହିଁ ପଲୋମା ଲିଡ୍ ହିରୋଇନ ରୋଲ୍ରେ କାଷ୍ଟିଂ ହୋଇଛନ୍ତି । ସର୍ବଦା ନୂଆ ପ୍ରତିଭାଙ୍କୁ ସୁଯୋଗ ଦେବାରେ ରାଜଶ୍ରୀ ଫିଲ୍ମ ପରିଚିତ । ୭୫ବର୍ଷର ଫିଲ୍ମ ଯାତ୍ରାରେ ଏହି ପ୍ରଡକ୍ସନ ହାଉସ ଆଜିପର୍ଯ୍ୟନ୍ତ କେତେକ ଜଣାଶୁଣା ତାରକାଙ୍କୁ ସଫଳ ବ୍ରେକ୍ ଦେଇଛି । ତେବେ ଅବନୀଶଙ୍କ ଫିଲ୍ମରେ ଅଭିନୟ କରିବାକୁ ଯାଉଥିବା ରାଜବୀର ଏବଂ ପଲୋମାଙ୍କ ସହ ଏହି ଯାତ୍ରା ଆଗକୁ ବଢିବାକୁ ଯାଉଛି ।

Comments are closed.