ଭୁବନେଶ୍ୱର : ଡେଙ୍ଗୁରା ପିଟିବା ସହ ଫେରାର ଥିବା ନିଶା ଅଭିଯୁକ୍ତ ଘର ଆଗରେ ପୋଲିସ ଲଟକା । ୩୦ ଦିନ ଭିତରେ କୋର୍ଟରେ ହାଜର ନହେଲେ ସମ୍ପତ୍ତି ବାଜ୍ୟାପ୍ତି ହେବ ବୋଲି କୁହାଯାଇଛି । ୨୦୧୩ ରୁ ଦୀର୍ଘ ୧୩ ବର୍ଷ ଧରି ଭୁବନେଶ୍ୱର ନାଗେଶ୍ୱରଟାଙ୍ଗି ଅଞ୍ଚଳରେ ଥିବା ନିଶା ବେପାରୀ ଲୋକନାଥ ସାମଲ ଫେରାର ରହିଛି । ତାଙ୍କ ନାଁରେ ୱାରେଣ୍ଟ ଇସ୍ୟୁ କରିଛି ପାରଳାଖେମୁଣ୍ଡି କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶରେ ଲିଙ୍ଗରାଜ ଥାନା ପକ୍ଷରୁ ଲଟକା ଜାରି ହୋଇଛି । ୨୦୧୨ରେ ଗଂଜେଇ ଚୋରା ଚାଲାଣ କରୁଥିବା ନେଇ ପାରଳାଖେମୁଣ୍ଡି କୋର୍ଟରେ ଅଭିଯୋଗ ହୋଇଥିଲା ।

Comments are closed.