କଟକ : ଭିଜିଲାନ୍ସ ଜାଲରେ ଏସଆଇ । ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବରଗଡ଼ ବିଜେପୁର ଏସଆଇ ଜଗା ବରିହା । ଜଣେ କବାଡିଆଙ୍କ ଠାରୁ ନେଉଥିଲେ ଲାଞ୍ଚ । ସୁରୁଖୁରୁରେ ବ୍ୟବସାୟ କରିବା ଓ ତାଙ୍କ ନାଁରେ କୌଣସି ମାମଲା ନ କରିବାକୁ ମାଗିଥିଲେ ଲାଞ୍ଚ । ୧୦ ହଜାର ଟଙ୍କାରେ ହୋଇଥିଲା ଡିଲ । ଆଜି ୭ ହଜାର ନେଉଥିବା ବେଳେ ଏସଆଇକୁ କାବୁ କରିଥିଲା ଭିଜିଲାନ୍ସ । ଲାଞ୍ଚ ଟଙ୍କା ଜବତ କରି ଏସଆଇଙ୍କ ୩ ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।
