ଭୁବନେଶ୍ୱର: ପୁଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ଜାଲିଆତି ପ୍ରସଙ୍ଗ । କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ୨ଜଣଙ୍କୁ ଜେରା କରାଯାଉଛି,ଏହାସହ ଚାଲିଛି ଲମ୍ବା ତାଲିକା ପ୍ରସ୍ତୁତ । ଦୁଇ ଜଣଙ୍କୁ କଟକ କ୍ରାଇମବ୍ରାଞ୍ଚରେ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍,ଆଗକୁ ମିଳିପାରେ ଆଉ କିଛି ଲିଙ୍କ୍ । କ୍ରାଇମବ୍ରାଞ୍ଚ ସ୍କାନରରେ ଏକାଧିକ ଦଲାଲ ରହିଛନ୍ତି । ସେପଟେ ବ୍ରହ୍ମପୁର ଜେଲରେ ଗିରଫ ଆଶାୟୀଙ୍କ ପରିବାର ଲୋକଙ୍କ ଭିଡ଼ । ଜେଲରେ ପୁଅ, ଝିଅକୁ ଭେଟିବାକୁ ଆସିଛନ୍ତି ପରିବାର ଲୋକ । ଗତ ୧ ତାରିଖରେ ଗିରଫ ହୋଇଥିଲେ ୧୧୪ ଆଶାୟୀ । ଆଶାୟୀଙ୍କୁ ଛାଡ଼ି ଦଲାଲଙ୍କୁ ଧରିବାକୁ ପରିବାର ଲୋକଙ୍କ ଦାବି କରିଛନ୍ତି । ଆନ୍ଧ୍ରପ୍ରଦେଶ ଯାଉଥିବାବେଳେ ସୀମାରୁ ଆଶାୟୀ ଓ ୩ ଦାଲଲଙ୍କୁ ଧରିଥିଲା ବ୍ରହ୍ମପୁର ପୁଲିସ ।
ଏହି କେଳେଙ୍କାରୀ ମାମଲାରେ ଜେରାର ସମ୍ମୁଖୀନ ହୋଇଛନ୍ତି ସିଲିକନ ମାଲିକ ସୁରେଶ ନାୟକ। କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ନାୟକଙ୍କୁ ଜେରା କରାଯାଇଛି। ଅନ୍ୟପକ୍ଷରେ ଶଙ୍କର ପୃଷ୍ଟି, ମୁନା ମହାନ୍ତି ଫେରାର୍ ହୋଇଯାଇଥିବା ନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ଉଭୟଙ୍କର ମୋବାଇଲ ସୁଇଚ୍ ଅଫ୍ ଥିବା ସୂଚନା ମିଳିଛି।
