ପୋଲିସ ପରୀକ୍ଷା ସ୍କାମ,ମୁନ୍ନା ମହାନ୍ତି ସହ ୪ ଗିରଫ

0

ଦୀଘା ଏବଂ ବିଜୟନଗରମରେ କରିଥିଲା ଯୋଜନା

ଭୁବନେଶ୍ୱର : ପୁଲିସ ଏସ୍‍ଆଇ ପରୀକ୍ଷା ମହାଦୁର୍ନୀତି । ଘଟଣାର ମୋଷ୍ଟ ୱାଣ୍ଟେଡ୍‍ ଦଲାଲ୍‍ ମୁନ୍ନା ମହାନ୍ତି ଗିରଫ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟରୁ ମୁନ୍ନାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଘଟଣାର ମୁନ୍ନାର ଘନିଷ୍ଠ ସହଯୋଗୀ ଜଣେ ମହିଳା ସମେତ ୩ଜଣଙ୍କୁ ଗିରଫ କରାଯାଇଛି । ଦଶପଲ୍ଲାର ଏକ ଫାର୍ମ ହାଉସରେ ମୁନ୍ନା ଓ ସୁକାନ୍ତ ଥିବା ବେଳେ ଖବର ପାଇ ରେଡ୍ କରିଥିଲା କ୍ରାଇମବ୍ରାଞ୍ଚ । ହେଲେ ସେଠୁ ଚମ୍ପଟ ମାରିଥିଲା ମୁନ୍ନା ମହାନ୍ତି । ପରେ ତାଙ୍କୁ ଟ୍ରାକ୍ କରି ଧରିଛି ତଦନ୍ତକାରୀ ସଂସ୍ଥା । ଗିରଫ ଅଭିଯୁକ୍ତମାନେ ହେଲେ ସୁକାନ୍ତ ମହାରଣା, ସୌମ୍ୟ ପ୍ରିୟଦର୍ଶିନୀ ଓ ଅଭିମନ୍ୟୁ ଦୋରା । ଏହି ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ସୌମ୍ୟ ପ୍ରିୟଦର୍ଶିନୀ ପରୀକ୍ଷାର୍ଥୀ ଯୋଗାଡ କରୁଥିଲେ । ପୂର୍ବରୁ ୧୧୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଏହି ୪ଜଣଙ୍କୁ ମିଶାଇ ମୋଟ ୧୨୧ଜଣ ଗିରଫ ହୋଇଥିବା କ୍ରାଇମବ୍ରାଞ୍ଜ ଡିଜି ବିଜୟତୋଷ ମିଶ୍ର ସୂଚନା ଦେଇଛନ୍ତି । ଆଜି ୩ ଜଣଙ୍କୁ ବ୍ରହ୍ମପୁର କୋର୍ଟରେ ହାଜର କରାଯିବ । ଗିରଫ ପରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ନେଉଛି କ୍ରାଇମବ୍ରାଞ୍ଚ । ସେପଟେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଖୋଜଖବର ପାଉନି ତଦନ୍ତାକାରୀ ସଂସ୍ଥା ।

କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତିଯେ ଦିଲ୍ଲୀରେ ରହି ସବୁ ପରିଚାଳନା କରୁଥିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ଘଟଣା ଜଣାପଡିବା ପରେ ଦିଲ୍ଲୀରୁ ଫେରାର ହୋଇ ଯାଇଛି ଶଙ୍କର । ସେହିପରି ଓଡ଼ିଶାରେ ରହି ମୁନ୍ନା ମହାନ୍ତି ଦୀଘା ଏବଂ ବିଜୟ ନଗରମରେ ପୁରା ସ୍କାମର ନକ୍ସା ପ୍ରସ୍ତୁତ କରୁଥିଲା । ମୁନ୍ନା ମହାନ୍ତି ବସ ବୁକ କରିଥିଲା । ତାଙ୍କ ମା’ଙ୍କ ଆକାଉଣ୍ଟରୁ ୨ ଲକ୍ଷ ୩୦ ହଜାର ଟଙ୍କା ପେମେଣ୍ଟ କରାଯାଇଥିଲା । ଏହି କାମରେ ବ୍ୟବଦୃତ ହେଉଥିବା ସ୍କର୍ପିଓକୁ ମଧ୍ୟ ଜବତ କରାଯାଇଛି । ସେହିପରି ଗିରଫ ଅଭିମନ୍ୟୁ ଦୋରା ଦଶପଲ୍ଲା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ । ସେ ମୁନାକୁ ଶରଣ ଦେବା ସହ ପ୍ରମାଣ ନଷ୍ଟ କରିଥିବା ସୂଚନା ଦେଇଛନ୍ତି । ସୌମ୍ୟା ପ୍ରିୟଦର୍ଶିନୀଙ୍କ ମାଧ୍ୟମରେ କ୍ୟାଣ୍ଡିଡେଟମାନଙ୍କ ସହ ଯୋଗାଯୋଗ କରାଯାଇଥିଲା । ମୁନ୍ନା ମହାନ୍ତିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି । ତେବେ ମୁଖ୍ୟ ଅଭିଯୁକ୍ତ ଶଙ୍କରକୁ ଧରିବାରେ କ୍ରାଇମବ୍ରାଞ୍ଚ ଏଯାବତ ସକ୍ଷମ ହୋଇ ପାରି ନାହିଁ । ଶଙ୍କର ପୋଲିସ ସହ ଲୁଚକାଳି ଖେଳୁଛି । ସେ ଦିଲ୍ଲୀରେ ଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା ମାତ୍ର ତାକୁ ଧରିବାରେ ସକ୍ଷମ ହୋଇ ପାରି ନଥିଲା । ଖୁବ ଶୀଘ୍ର ଶଙ୍କରକୁ ଧରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.