ବ୍ରହ୍ମପୁରରେ ଛାତ୍ରଙ୍କୁ ଆକ୍ରମଣ ଘଟଣା:ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର:ବ୍ରହ୍ମପୁର ସରକାରୀ ପଲିଟେକନିକରେ ଜଣେ ସିନିୟର ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ଜଣେ ଛାତ୍ର ଓ ତାଙ୍କ ଭାଇକୁ ବୈଦ୍ୟନାଥପୁର ଥାନା ପୋଲିସ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ପଲିଟେକନିକର ଛାତ୍ର ସାଇ କିଶାନ ଗୌଡ଼ ଓ ତାଙ୍କ ଭାଇ ସାଇ କିରଣ ଗୌଡ଼। ଗିରଫ ସାଇ କିଶାନ ପ୍ରଥମ ବର୍ଷ ପଢୁଥିବା ବେଳେ ଆକ୍ରମଣର ଶୀକାର ହୋଇଥିବା ଛାତ୍ର ଆଶିଷ ମଲ୍ଲିକ ଦ୍ୱିତୀୟ ବର୍ଷର ଛାତ୍ର। ଉଭୟ ପରୀକ୍ଷା ଦେବାବେଳେ ଉଭୟଙ୍କ ମଧ୍ୟରେ ବଚାସା ହୋଇଥିଲା। ପରେ ସାଇ କିଶାନ ନିଜ ଭାଇକୁ କଲେଜକୁ ଡାକି ଆଶିଷ ମଲ୍ଲିକଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରି ଆଘାତ କରିଥିଲେ। ଗତକାଲି ଏହି ଘଟଣା ହୋଇଥିବା ବେଳେ ଅଭିଯୋଗ ପାଇବା ପରେ ପୋଲିସ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆକ୍ରମଣରେ ବ୍ୟବହୃତ ଖଣ୍ଡାକୁ ଜବତ କରିଛି।

Launching Ceremony of “AYUSHMAN BHARAT

Comments are closed.