ଆସନ୍ତାକାଲି ମଣିପୁର ଏବଂ ତ୍ରିପୁରା ଗ୍ରସ୍ତରେ ପ୍ରଧାନମନ୍ତ୍ରୀ: ୪୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୨ଟି ବିକାଶ ପ୍ରକଳ୍ପର ଉଦ୍‌ଘାଟନ

ଦିଲ୍ଲୀ: ଜାନୁଆରୀ ୦୩: ଆସନ୍ତା ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଏବଂ ତ୍ରିପୁରା ରାଜ୍ୟକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସକାଳ ପ୍ରାୟ ୧୧ଟା ବେଳେ ଇମ୍ଫାଲଠାାରେ ପ୍ରଧାନମନ୍ତ୍ରୀ ୪୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୨ଟି ବିକାଶ ପ୍ରକଳ୍ପର ଉଦ୍‌ଘାଟନ କରିବେ ଓ ଶିଳାନ୍ୟାସ କରିବେ । ଏହା ପରେ ଦ୍ୱିପ୍ରହରରେ ପାଖାପାଖି ୨ଟା ବେଳକୁ ଅଗରତାଲାରେ ସେ ମହାରାଜା ବୀର ବିକ୍ରମ ବିମାନ ବନ୍ଦରଠାରେ ନୂତନ ସମନ୍ୱିତ ଟର୍ମିନାଲ୍‌ ଭବନର ଉ“ାଟନ କରିବେ ଏବଂ ଦୁଇଟି ପ୍ରମୁଖ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।
ମଣିପୁରରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୮୫୦ ଟଙ୍କା ମୂଲ୍ୟର ୧୩ଟି ପ୍ରକଳ୍ପର ଉଦ୍‌ଘାଟନ କରିବେ ଏବଂ ହାରାହାରି ୨୯୫୦ କୋଟି ଟଙ୍କା ମୂଲ୍ୟର ୯ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସଡକ ଭିତିଭୂମି, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ବାସଗୃହ, ସୂଚନା ପ୍ରଯୁକ୍ତି, ଦକ୍ଷତା ବିକାଶ, କଳା ଏବଂ ସଂସ୍କୃତି ରହିଛି ।

ସଂଯୋଗୀକରଣକୁ ଉନ୍ନତତର କରିବା ନିମନ୍ତେ ୧୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମାଣ ହେବାକୁ ଥିବା ପାଞ୍ଚ ଗୋଟି ଜାତୀୟ ରାଜପଥ ନିର୍ମାଣର ଶିଳାନ୍ୟାସ କରିବେ । ସେହିପରି ୧୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ମଣିପୁରରେ ୨,୩୮୭ଟି ମୋବାଇଲ୍‌ ଟାୱାର ନିର୍ମାଣ କରାଯିବ । ଏହା ରାଜ୍ୟ ଗୁଡିକର ମୋବାଇଲ୍‌ ସଂଯୋଗୀକରଣକୁ ଅଧିକ ପ୍ରୋତ୍ସାହିତ କରିବା ଦିଗରେ ଏହା ଏକ ବଡ ପଦକ୍ଷେପ ହେବ ।

ରାଜ୍ୟରେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ୨୮୦ କୋଟି ଟଙ୍କାର ‘ଥୌବଲ୍‌ ବହୁ-ଉଦ୍ଦେଶୀୟ ପ୍ରକଳ୍ପର ଜଳ ସଞ୍ଚରଣ ପ୍ରଣାଳୀ’ ମାଧ୍ୟମରେ ଇମ୍ଫାଲ୍‌ ସହରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉପଲବ୍ଧ କରାଯିବ ।ତାମେଙ୍ଗଲୋଙ୍ଗ ଜିଲ୍ଲାର ଦଶଟି ବସ୍ତିରେ ରହୁଥିବା ଅଧିବାସୀମାନଙ୍କୁ ସୁରକ୍ଷିତ ଏବଂ ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧ କରାଇବା ନିମନ୍ତେ ୬୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବାରେ, ୧୬୦ କୋଟି ଟଙ୍କା ଖର୍ଚ୍ଚରେ ଏକ ପ୍ରକଳ୍ପ କରାଯାଇଛି । ‘ଷ୍ଟେଟ୍‌ ଅଫ୍‌ ଦି ଆର୍ଟ’ (ଅତ୍ୟାଧୁନିକ ଚିକିତ୍ସା ସେବା ସହିତ) କ୍ୟାନସର୍‌ ହସ୍ପିଟାଲ୍‌ର ଶିଳାନ୍ୟାସ କରାଯିବ ।

କଳା କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ହରିୟାନାର ଗୁରଗାଓଁରେ ମଣିପୁର ପ୍ରଦର୍ଶନ କଳା ସଂସ୍ଥାନ (ମଣିପୁର ଇନ୍‌ଷଫିଚୁ୍ୟଟ୍‌ ଅଫ୍‌ ପରଫର୍ମିଂ ଆର୍ଟସ୍‌) ନିର୍ମାଣର ଶିଳାନ୍ୟାସ କରାଯିବ । ଏଭଳି ସାଂସ୍କୃତିକ ସଂସ୍ଥାନର ବିଚାର ୧୯୯୦ରେ ପ୍ରଥମ ଥର ପାଇଁ କରା ଯାଇଥିଲା, କି;ୁ ଏହା ବିଗତ ବର୍ଷ ମାନଙ୍କରେ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ଏଥିପାଇଁ ପ୍ରଧାନମନ୍ତ୍ରୀ ୨୪୦ କୋଟି ଟଙ୍କା ଖର୍ଚ୍ଚ କରିବକୁ ଯାଉଛନ୍ତି । ଏହାଛଡ଼ା ଇମ୍ଫାଲରେ ନବୀକରଣୀୟ ଏବଂ ପୁନଃନିର୍ମିତ ଗୋବିନ୍ଦଜୀ ମନ୍ଦିରର ଉଦ୍‌ଘାଟନ କର୍ଯ୍ୟକ୍ରମ ମଧ୍ୟ ରହିଛି । ରାଜ୍ୟର ହସ୍ତକଳା ଊଦ୍ୟୋଗ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ୩୬ କୋଟି ଟଙ୍କା ମୂଲ୍ୟରେ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ରାଜ୍ୟକୁ ଗସ୍ତ କରିବା ସମୟରେ, ପ୍ରଧାନମନ୍ତ୍ରୀ ମହାରାଜା ବୀର ବିକ୍ରମ (ଏମ୍‌ବିବି) ବିମାନ ବନ୍ଦରରେ ନୂତନ ଟର୍ମିନାଲ୍‌ ଭବନ ମଧ୍ୟ ଉଦ୍‌ଘାଟନ କରିବେ ।

Govt

Comments are closed.