ଦିଲ୍ଲୀ: ନଭେମ୍ବର ୧୯: ଦୀର୍ଘ ଦିନର ବିରୋଧ ପରେ ଆଜି କୃଷକଙ୍କୁ ଏହାର ଫଳ ମିଳଛି । ଦେଶବାସୀଙ୍କୁ ସମ୍ବୋଦନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କୃଷି ଆଇନକୁ ପ୍ରତ୍ୟାହାରବା ନେଇ ବଡ଼ ଘୋଷଣା କରିଛନ୍ତି । ପ୍ରାୟ ଏକ ବର୍ଷ ହେବ ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ କୃଷକମାନେ ଦିଲ୍ଲୀଠାରେ ଆନ୍ଦୋଳନ କରୁଥିଲେ ।
ଆଜି ମୋଦି ସମ୍ବୋଦନ କରି କହିଛନ୍ତି- କୃଷିରେ ସୁଧାର ଆଣିବା ପାଇଁ ସରକାର ୩ଟି ନୂଆ ଆଇନ ଆଣିଥିଲେ । ଏହା ଦ୍ୱାରା କ୍ଷୁଦ୍ର ଚାଷୀଙ୍କୁ ଅଧିକ ଶକ୍ତି ମିଳିଥାନ୍ତା । ନୂଆ ଆଇନ ପାଇଁ ଦୀର୍ଘ ବର୍ଷ ଧରି କୃଷକ, ବିଶେଷଜ୍ଞ, ଅର୍ଥଶାସ୍ତ୍ରୀ ଦାବି ହୋଇ ଆସୁଥିଲା । ଯେତେବେଳେ ନୂଆ ଆଇନ ଆସିଥିଲା ସଂସଦରେ ଚର୍ଚ୍ଚା ହୋଇଥିଲା । ଦେଶର କୃଷକ ଓ କୃଷକ ସଂଗଠନ ଏହାକୁ ସ୍ୱାଗତ କରିଥିଲେ । ହେଲେ ନୂଆ ଆଇନ ନେଇ ଗୋଟିଏ କୃଷକ ଗୋଷ୍ଠୀ ବିରୋଧ କରୁଥିଲେ । ସରକାର କୃଷି ଆଇନରେ ପରିବର୍ତନ କରିବା ପାଇଁ ପ୍ରସ୍ତୁତ ଥିଲେ । ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ତେଣୁ କୃଷକଙ୍କ ସ୍ୱାର୍ଥ ପାଇଁ ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରାଯିବ ।
ଶୀତ ଅଧିବେଶନରେ ୩ କୃଷି ଆଇନ ନେଇ ସମସ୍ତ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ । ଏହାସହିତ କୃଷି ଆଇନକୁ ବିରୋଧ କରି ଆସୁଥିବା ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରି କହିଛନ୍ତି କି, ଆନ୍ଦୋଳନକାରୀ ଚାଷୀ ନିଜ ନିଜ ଘରକୁ ଫେରିଯାଆନ୍ତିୁ ।
ସେ ଆହୁରି କହିଛନ୍ତି, କ୍ଷୁଦ୍ର ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ ଚାଲିଛି । କୃଷକଙ୍କୁ ୨୨ କୋଟି ସଏଲ ହେଲ୍ଥ କାର୍ଡ ମିଳିଛି । ତେଣୁ ଚାଷୀଙ୍କ ସ୍ୱାର୍ଥକୁ ଦେଖି ପୁରୁଣା ନିୟମରେ ପରିବର୍ତ୍ତନ କରାଯିବ । ସେହିପରି ଏମ୍ଏସ୍ପିକୁ ଆହୁରି ପ୍ରଭାବୀ ଓ ସ୍ୱଚ୍ଛ କରିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣ କରିଛନ୍ତି ।

 
			 
						
Comments are closed.