୭୭ ମନ୍ତ୍ରୀଙ୍କୁ ନେଇ ନୂଆ ଦଳ କଲେ ମୋଦି

ଦିଲ୍ଲୀ : ନଭେମ୍ବର ୧୫: ଶାସନ ବ୍ୟବସ୍ଥାକୁ ଦୃଢ଼ ଏବଂ ଶକ୍ତିଶାଳୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ମନ୍ତ୍ରୀମଣ୍ଡଳର ସମସ୍ତ ୭୭ ମନ୍ତ୍ରୀଙ୍କୁ ନେଇ ୮ଟି ଦଳ ଗଠନ କରିଛନ୍ତି । ମନ୍ତ୍ରୀ ପରିଷଦର ୫ଟି ବୈଠକ ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ପ୍ରତ୍ୟେକ ୮ଟି ଦଳରେ ୯ରୁ ୧୦ ଜଣ ଲେଖାଏଁ ମନ୍ତ୍ରୀ ରହିଛନ୍ତି । ପ୍ରତି ଦଳ ପାଇଁ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଦଳର ସମନ୍ୱୟକାରୀ ପାହ୍ୟାରେ ରଖାଯାଇଛି । ସେହି କେତେ ଜଣ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି-ସ୍ମୃତି ଇରାନୀ, ହରଦୀପ ସିଂହ ପୁରୀ, ଅନୁରାଗ ଠାକୁର , ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ଏବଂ ନରେନ୍ଦ୍ର ସିଂହ ତୋମାର ।

୮ ଭାଗରେ ବିଭକ୍ତ ହୋଇଥିବା ମନ୍ତ୍ରୀମାନେ ଯୁବ ଅଧିକାରୀଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ସହ ଅବରସପ୍ରାପ୍ତ ସରକାରୀ ଅଧିକାରୀଙ୍କଠାରୁ ପରାମର୍ଶ ଲୋଡ଼ିବେ । ପ୍ରତ୍ୟେକ ଗୋଷ୍ଠୀର ସଦସ୍ୟମାନେ ନିଜ ମଧ୍ୟରେ ଆଲୋଚନା କରିବେ ଏବଂ କାର୍ଯ୍ୟକୁ ସହଜ କରିବା ସଂଯୋଜକଙ୍କ ଦାୟିତ୍ୱ । ବିଭିନ୍ନ ପ୍ରକଳ୍ପଗୁଡ଼ିକର ତତ୍ତ୍ୱାବଧାନ ନିମନ୍ତେ ପ୍ରଯୁକ୍ତିବିଦ୍ୟାର ସର୍ବୋତ୍ତମ ଉପଯୋଗ କରିବେ । ଏଭଳି କରିବା ଦ୍ୱାରା ଶାସନ କାର୍ଯ୍ୟରେ ଅଧିକ ଉନ୍ନତି ଆସିବ ଏବଂ ମନ୍ତ୍ରୀମାନଙ୍କ କାର୍ଯ୍ୟ ସହଜ ହେବ ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମଗ୍ର ମନ୍ତ୍ରୀ ପରିଷଦର ୫ଟି ଶିବିର ପରେ ମନ୍ତ୍ରୀମାନଙ୍କୁ ୮ଟି ଦଳରେ ବିଭକ୍ତ କରାଯାଇଛି । ବ୍ୟକ୍ତିଗତ ପାରଦର୍ଶିତା, କେନ୍ଦ୍ରୀଭୂତ ପ୍ରବର୍ତ୍ତନ, ମନ୍ତ୍ରାଳୟ ପରିଚାଳନା ଏବଂ କର୍ମଚାରୀ ନିୟୋଜନ, ଦଳୀୟ ସହଯୋଗୀତା ଏବଂ ଫଳପ୍ରଦ ଯୋଗାଯୋଗ ଉପରେ ଉକ୍ତ ବେଠକ ବସିଥିଲା । ସେହି ବୈଠକରେ ଲୋକସଭାର ବାଚସ୍ପତି ଓମ୍‌ ର୍ବିଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କୟା ନାଇଡୁ ମଧ୍ୟ ଯୋଗ ଦେଇଥିଲେ ।

Govt

Comments are closed.