ଅଭିନେତ୍ରୀ କଙ୍ଗନାଙ୍କ ସମସ୍ତ ସୋସିଆଲ ମିଡିଆରେ ଲାଗିପାରେ ସେନ୍‌ସର

ନୂଆଦିଲ୍ଲୀ: ଡିସେମ୍ବର ୦୨: ଦେଶ ବିରୋଧରେ ଏବଂ ଜାତିର ପିତା ମାହାତ୍ମା ଗାନ୍ଧିଙ୍କ ବିରୋଧରେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେବା ପରେ ବହୁ ଲୋକ ତାଙ୍କ ବିରୋଧ ହୋଇପଡ଼ିଛନ୍ତି । ଏହାକୁ ନଜରେ ରଖି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଏହି ଆବେଦନରେ କଙ୍ଗନାଙ୍କର ସମସ୍ତ ସୋସିଆଲ ମିଡିଆ ପୋଷ୍ଟରେ ସେନ୍‌ସର କରିବାକୁ ଦାବି କରାଯାଇଛି । କଙ୍ଗନାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି ଖୋଦ୍‌ ସୁପ୍ରିମ କୋର୍ଟର ଓକିଲ ଚରଣଜିତ ସିଂହ ଚନ୍ଦ୍ରପାଲ । ଆବେଦନରେ ସେ କହିଛନ୍ତି ଯେ, କଙ୍ଗନାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ସେ ଗଭୀର ଆଘାତ ପାଇଛନ୍ତି ।ଯେଉଁଥିରେ ଅଭିନେତ୍ରୀ ଶିଖ ଚାଷୀଙ୍କୁ ଖାଲିସ୍ତାନୀ ଆତଙ୍କବାଦୀ ବୋଲି ବର୍ଣ୍ଣନା କରିଛନ୍ତି ।

ତେବେ ଏହାକୁ ନେଇ ଦିଲ୍ଲୀ ଶିଖ୍‌ ସମ୍ପ୍ରଦାୟର ମୁଖ୍ୟ ତାଙ୍କ ବିରୋଧରେ ମାମଲା ମଧ୍ୟ ଦାଏର କରିଥିଲେ । କେବଳ ଏତିକି ନୁହେଁ ୧୯୮୪ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାକୁ ନେଇ ଯେଉଁ ଶିଖ୍‌ ହିଂସା ହୋଇଥିଲା ତାକୁ ନେଇ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।

Launching Ceremony of “AYUSHMAN BHARAT

Comments are closed.