୧୨୦ ଘଣ୍ଟାର ପରେ ଅତର ବ୍ୟବସାୟୀଙ୍କ ଘରେ ଶେଷ ହେଲା ରେଡ: କାନ୍ଥ, ଚଟାଣ ଏବଂ ବେଡ୍‌ ଭିତରେ ଲୁଚାଇଥିଲେ ଟଙ୍କା

ଲକ୍ଷ୍ନୌ: ଡିସେମ୍ବର ୨୭: ଉତ୍ତର ପ୍ରଦେଶର କାନପୁରରେ ଗୁରୁବାରଠାରୁ ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ବିଭିନ୍ନ ଠିକଣାରେ ରେଡ୍‌ ଚାଲିଥିଲା । ଆଜି ରେଡ୍‌ ଶେଷ ହୋଇଛି । ଅଭିନେତା ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ରେଡ୍‌’ ଭଳି ବ୍ୟବସାୟୀ ପୀୟୂଷଙ୍କ ଘରର କାନ୍ଥ ବାଡ଼, ଚଟାଣ ଏବଂ ବେଡ୍‌ ଆଦିରୁ ଟଙ୍କା ମିଳିଛି ।
୧୨୦ ଘଣ୍ଟାର ପରେ ଅତର ବ୍ୟବସାୟୀଙ୍କ ଘରେ ଶେଷ ହେଲା ରେଡ: କାନ୍ଥ, ଚଟାଣ ଏବଂ ବେଡ୍‌ ଭିତରେ ଲୁଚାଇଥିଲେ ଟଙ୍କା
ଦୀର୍ଘ ୧୨୦ ଘଣ୍ଟା ଧରି ଚାଲିଥିବା ରେଡ୍‌ ସମୟରେ ଅଧିକାରୀମାନେ ଜବତ କରିଥିବା ନଗଦ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅଧିକାରୀଙ୍କ ସୂଚନା ଅନୁସାରେ, ପୀୟୂଷଙ୍କଠାରୁ ନଗଦ ୨୫୭ କୋଟି ଟଙ୍କା ଜବତ ହୋଇଛି । ଏଥିସହ ବିଭିନ୍ନ ସ୍ଥାନରେ ଥିବା ୧୬ଟି ଦାମୀ ସମ୍ପତ୍ତିର ଦସ୍ତାବିଜ୍‌ ଟିକସ ଅଧିକାରୀମାନେ ଜବତ କରିଛନ୍ତି । ଗତକାଲି ତାଙ୍କୁ ଟିକସ ଫାଙ୍କିବା ଅଭିଯୋଗରେ ଗିରଫ କରାଯାଇଥିଲା । ପୀୟୂଷଙ୍କର କାନପୁରରେ ୬ଟି, କନୌଜରେ ୨ଟି, ମୁମ୍ବାଇରେ ୨ଟି ଓ ଦିଲ୍ଲୀରେ ଗୋଟିଏ ସମ୍ପତ୍ତି ରହିଛି । ସେହି ସମସ୍ତ ଘରେ ରେଡ୍‌ ହୋଇଛି । ସେହିପରି ଦୁବାଇର ୨ଟି ସ୍ଥାନରେ ମଧ୍ୟ ସେ ସମତ୍ତି କିଣିଥିବା ଦସ୍ତାବିଜ ଅଧିକାରୀଙ୍କ ହାତରେ ଲାଗିଛି ।

୧୨୦ ଘଣ୍ଟାର ପରେ ଅତର ବ୍ୟବସାୟୀଙ୍କ ଘରେ ଶେଷ ହେଲା ରେଡ: କାନ୍ଥ, ଚଟାଣ ଏବଂ ବେଡ୍‌ ଭିତରେ ଲୁଚାଇଥିଲେ ଟଙ୍କା
ବ୍ୟବସାୟୀ ପୀୟୂଷ ଜୈନ

ନଗଦ ଟଙ୍କା ଓ ସମ୍ପତ୍ତି ଦସ୍ତାବିଜ ବ୍ୟତୀତ ତାଙ୍କ ଘରୁ ବିପୁଳ ପରିମାଣର ସୁନା ମଧ୍ୟ ଜବତ ହୋଇଛି । ତାଙ୍କ ଘରୁ ମିଳିଥିବା ନଗଦ ଟଙ୍କା ଗଣିବାକୁ ଟିକସ ଅଧିକାରୀମାନେ ବେଶ୍‌ ପରିଶ୍ରମ କରିଥିଲେ । ଏଥିପାଇଁ ୮ରୁ ୧୦ଟି ଟଙ୍କା ଗଣିବା ମେସିନ ଅଣାଯାଇଥିବା ଖବର ରହିଛି । ସେହିପରି ଜବତ ଟଙ୍କାକୁ ଗୋଟିଏ ବଡ଼ ଭ୍ୟାନରେ ଭର୍ତ୍ତି କରାଯାଇ ସୁରକ୍ଷା ବଳୟ ମଧ୍ୟରେ ନିଆଯାଇଥିଲା ।
୧୨୦ ଘଣ୍ଟାର ପରେ ଅତର ବ୍ୟବସାୟୀଙ୍କ ଘରେ ଶେଷ ହେଲା ରେଡ: କାନ୍ଥ, ଚଟାଣ ଏବଂ ବେଡ୍‌ ଭିତରେ ଲୁଚାଇଥିଲେ ଟଙ୍କା

ଜୈନଙ୍କୁ ଟିକସ ଫାଙ୍କିବା ଅଭିଯୋଗରେ ଗିରଫ କରାଯାଇଛି । କେନ୍ଦ୍ରୀୟ ଜିଏସ୍‌ଟି ଆଇନର ୬୯ ସେକସନ ଅନୁଯାୟୀ ତାଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ତାଙ୍କର ବିଭିନ୍ନ ଠିକଣାରେ ୧୨୦ ଘଣ୍ଟା ଧରି ରେଡ୍‌ କରାଯାଇଥିବା ବେଳେ ତାଙ୍କୁ ଦୀର୍ଘ ୫୦ ଘଣ୍ଟା ଧରି ଜେରା କରାଯାଇଥିଲା ।

ସୂଚନା ଯୋଗ୍ୟଯେ, ଗୁରୁବାର ଆୟକର ବିଭାଗ ଓ ଡିଜିଜିଆଇର ଅଧିକାରୀମାନେ ମିଳିତ ଭାବେ ପୀୟୂଷ ଜୈନଙ୍କ କାନପୁର ସ୍ଥିତ ବାସଭବନରେ ରେଡ୍‌ କରିଥିଲେ । ପ୍ରଥମ ଦିନରେ ୧୫୦ କୋଟି ଓ ପରେ ୧୭୭ କୋଟିର ନଗଦ ଟଙ୍କା ତାଙ୍କ ଠାରୁ ମିଳିଥିଲା । କନୌଜରେ ଥିବା ଜୈନଙ୍କ ଆଉ ଗୋଟିଏ ଘରୁ ଅଧିକାରୀମାନେ ୧୮ଟି ଲକର ଠାବ କରିଥିଲେ । ଏଥିସହ ସେଠାରେ ଥିବା ୫୦୦ ଚାବି ବିଶିଷ୍ଟ ଗୋଟିଏ ପେନ୍ଥା ପାଇଥିଲେ । ସେହି ସବୁ ଚାବି ଟଙ୍କାରେ ଭରପୁର ଲକର୍‌ର ଥିଲା ।
ବ୍ୟବସାୟୀ ପୀୟୂଷ ଜୈନ

ପୀୟୂଷ ଅତର ବ୍ୟବସାୟ କରିବା ସହ ପାନ ମସଲା ମଧ୍ୟ ତିଆରି କରନ୍ତି । ରେଡ୍‌ ସମୟରେ ପୀୟୂଷଙ୍କ ପୂରା ପରିବାର ସହ ବାପାଙ୍କ ଚିକିତ୍ସା ପାଇଁ ଦିଲ୍ଲୀରେ ଥିଲେ । ଘରେ କେବଳ ଦୁଇ ପୁଅ ରହିଥିଲେ । ଅଧିକାରୀମାନଙ୍କ ଫୋନ କଲ ପାଇ ପୀୟୂଷ ତୁରନ୍ତ ଦିଲ୍ଲୀରୁ କାନପୁର ଆସିଥିଲେ । ଜୈନଙ୍କ ସାନ ଭାଇ ପରିବାର ଲୋକଙ୍କ ସହ ଝାରଖଣ୍ଡରେ ରହିଛନ୍ତି ।

Govt

Comments are closed.