ବ୍ରହ୍ମପୁର : ହାଇପ୍ରୋଫାଇଲ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ମାମଲାର ନୂଆ ମୋଡ଼ । ହତ୍ୟାକାଣ୍ଡରେ ବ୍ରହ୍ମପୁରର ଜଣେ ପୂର୍ବତନ କର୍ପୋରେଟର ଓ ଛାତ୍ର ନେତାଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ରାତିଅଧିଆ ସମ୍ପୃକ୍ତ କର୍ପୋରେଟରଙ୍କୁ ଉଠାଇ ଆଣି ଜେରା କରିଛି ପୋଲିସ । ରାଜ୍ୟରୁ ଧରା ପଡ଼ିଥିବା ୮ ଅଭିଯୁକ୍ତଙ୍କ ସହ ସେହି କର୍ପୋରେଟରଙ୍କର କି ସମ୍ପର୍କ ରହିଛି ଏବେ ତା ଉପରେ ସମସ୍ତଙ୍କର ନଜର ରହିଛି । ସେହିପରି ବ୍ରହ୍ମପୁରର ଜଣେ ଛାତ୍ରନେତାଙ୍କୁ ଦିଲ୍ଲୀରୁ ବାନ୍ଧିଛି ପୁଲିସ । ସମ୍ପୃକ୍ତ ଛାତ୍ରନେତାଙ୍କ ମୋବାଇଲ ଓ ସିମ୍ ବି ଜବତ ହୋଇଛି।
ଏହି ଦୁଇ ଜଣଙ୍କୁ ଗତ ୨ଦିନ ହେଲା ଅଟକ ରଖି ପୁଲିସ ପଚରାଉଚରା କରୁଛି । ଏମାନଙ୍କ ସହ ଦୁଇ ଜଣ କ୍ରିମିନାଲକୁ ଅଟକ ରଖି ପଚରାଉଚରା କରାଯାଉଛି ।ହତ୍ୟାକାଣ୍ଡରେ ବ୍ୟବହୃତ କିଛି ଦାମୀ ଗାଡ଼ି ଓ ବାଇକ ବି ପୁଲିସ ହାତରେ ଲାଗିଥିବା ସୂଚନା ମିଳିଛି ।
ଅନ୍ୟପଟେ, ଗତକାଲି ୧୧ଜଣଙ୍କୁ ଜେରା କରୁଥିଲା ପୋଲିସ । ରାତିରେ ୪ ଜଣଙ୍କୁ ଛାଡ଼ି ଦେଇଛି । ଏବେ ୭ ଜଣଙ୍କୁ ଜେରା ଚାଲିଛି । ବ୍ରହ୍ମପୁର ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ । ଏହି ୭ ଜଣଙ୍କ ଭିତରେ ଅଛନ୍ତି ବିହାରରୁ ପୋଲିସ ଉଠାଇ ଆଣିଥିବା ୩ ଅପରାଧୀଙ୍କ ସମେତ ଅନ୍ୟ ରାଜ୍ୟରୁ ଆସିଥିବା ଅଭିଯୁକ୍ତ । ଖୁବଶୀଘ୍ର ହତ୍ୟାକାଣ୍ଡ ଉପରେ ଖୁଲାସା ହେବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।
