ପୀତବାସ ପଣ୍ଡା ହତ୍ୟା ଘଟଣା,ବିହାରରୁ ଧରାପଡିଲା ସାର୍ପ ସୁଟର

0

ବ୍ରହ୍ମପୁର : ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା । ଆଜି ଏକାଦଶ ଦିନରେ ହତ୍ୟା ଅଭିଯୁକ୍ତ ସହ ୨ ସହଯୋଗୀ ଚିହ୍ନଟ ହୋଇଛନ୍ତି । ବିହାରରୁ ସାର୍ପ ସୁଟରକୁ ଉଠାଇ ଆଣିଲା ପୋଲିସ । ଦୁଇ ଜଣଙ୍କୁ ଅଟକ ରଖି ଘଟଣାର ଜେରା ଚାଲିଛି। ତେବେ ଘଟଣା ଦିନ ରେକି କରାଇଥିଲା ବୋଲି ସୂଚନା ମିଳିଛି । ଏଥିପାଇଁ ୩ଟି ରେକି ଟିମ ହତ୍ୟାକାରୀ ନିୟୋଜିତ କରିଥିଲେ । ୩ଟି ବାଇକ୍‌ରେ ୬ ଜଣ ସହରରେ ବିଭିନ୍ନ ସ୍ଥାନରେ ପ୍ରାୟ ଅନେକ ଥର ରେକି କରିଥିଲେ । ପୀତବାସ ପଣ୍ଡାଙ୍କୁ ବାଇକରେ ପିଛା କରୁଥିବା ହତ୍ୟାକାରୀ ବିହାରର ଜଣେ ସାର୍ପସୁଟର ବୋଲି ଚିହ୍ନଟ ହୋଇଛି ।

ପୋଲିସ ପଞ୍ଝାରେ ସାର୍ପସୁଟର ପଡିବା ପରେ ଖୁବ ଶୀଘ୍ର ମାଷ୍ଟରମାଇଣ୍ଡ ହାତରେ ଲାଗିବ ବୋଲି ପୋଲିସ ଡିଜି ସୂଚନା ଦେଇଛନ୍ତି। ପଡ଼ୋଶୀ ପଶ୍ଚିମବଙ୍ଗ ସମେତ ବିହାର ଓ ଦିଲ୍ଲୀରେ ଖୋଳତାଡ଼ କରୁଛି ପୋଲିସ । ପୀତବାସଙ୍କ ବ୍ୟବସାୟିକ ସହଯୋଗୀ ବାଲାଜୀ ରେଡ୍ଡୀ ଓ ଜଣେ ମଦ ବ୍ୟବସାୟୀଙ୍କୁ ମାରାଥନ୍ ଜେରା କରିଛି ପୋଲିସ । ତେବେ ଏହି ହାଇ-ପ୍ରୋଫାଇଲ ହତ୍ୟାକାଣ୍ଡର ଗୋପନୀୟତା ରକ୍ଷା କରୁଛି ପୋଲିସ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.