ଜେଲ୍‌ ଭିତରେ ଆତ୍ମହତ୍ୟା ଉଦ୍ୟମ

ସୋର: ମାର୍ଚ୍ଚ ୦୫: ପୁଣି ବିବାଦରେ ସୋର ଉପ କାରାଗାର । କିଛି ମାସ ତଳେ ଜେଲ ଭିତରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ବେଳେ ପୁଣି ଆଜି ଆଉ ଜଣେ ବିଚାରାଧୀନ କଏଦି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି । ତେବେ କଏଦୀ ଜଣକ ଜେଲରେ ବ୍ୟବହୃତ ବ୍ଲିଚିଂ ପାଉଡର ଖାଇ ଦେଇଥିବା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । କଏଦୀ ଜଣକ ସୋର ପୌରପାଳିକା ଅଞ୍ଚଳର ନିର ଦଳେଇ । କିଛି ଦିନ ହେବ ଏକ ହତ୍ୟା ମାମଲାରେ ଜେଲ୍ ରେ ଥିଲେ। ଜେଲ୍ କର୍ତ୍ତୃପକ୍ଷ କଏଦୀ ଜଣଙ୍କୁ ଗୁରୁତର ଅବସ୍ଥାରେ ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Govt

Comments are closed.