ଗୋଲାପି ବଲ ଲାଲ ବଲ ଠାରୁ ସମ୍ପୂର୍ଣ୍ଣ ଭିନ୍ନ:ରାହାଣେ

ସମୟ ଲାଇଭ,୧୩/୧୧: ବାଂଲାଦେଶ ବିପକ୍ଷରେ ଭାରତ ଖେଳିବ ତାର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ। ଏହି ମ୍ୟାଚ ଗୋଲାବି ବଲରେ ଖେଳାଯୁବ ବୋଲି ସ୍ପଷ୍ଟ ହୋଇଯାଇଛି। ଏନେଇ ଟେଷ୍ଟ ଅଭିଜ୍ଞ ଖେଳାଳୀ ତଥା ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଆଜିଙ୍କେୟ ରାହାଣେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ରାହାଣେ କହିଛିନ୍ତି ଲାଲ ବଲ ଠାରୁ ଗୋଲାପି ବଲ ସମ୍ପୂର୍ଣ୍ଣ ଅଳଗା ଅଟେ। ଆମେ ପ୍ରଥମଥର ପାଇଁ ଗୋଲାପି ବଲରେ ମ୍ୟାଚ ଖେଳିବାକୁ ଯାଉଛୁ। ତେଣୁ ଗୋଲାପି ବଲରେ ଅଧିକ ପ୍ରାଷ୍ଟିସ୍‍ ଆମ ପାଇଁ ନିହାତି ଜରୁରୀ ଅଟେ। ମୁଁ ପ୍ରଥମ ଥର ପାଇଁ ଗୋଲାପି ବଲ୍‌ରେ ଖେଳିଲି। ବ୍ୟକ୍ତିଗତ ଅଭିଜ୍ଞତାରୁ ମୁଁ କହିପାରିବି ଯେ ଏହି ବଲ୍‌ ବିଳମ୍ବରେ ଘୂରିବା ଆରମ୍ଭ କରିବ। ଲାଲ୍ ବଲ୍ ଠାରୁ ଏହି ବଲ୍‌ରେ ଅଧିକ ଟର୍ନ ମିଳିବ। ସେଥିପାଇଁ ଆମକୁ ଟିକିଏ ବିଳମ୍ବରେ ସଟ୍ ଖେଳିବାକୁ ହେବ। ଲାଲ ବଲ ଠାରୁ ଗୋଲାପି ବଲ ଟିକେ ବିଳମ୍ବରେ ଟର୍ଣ୍ଣ କରିବ ବୋଲି କହିଛିନ୍ତି ରାହାଣେ ଏଥିସହ ଆମକୁ ସଟ୍‍ ମାରିବାକୁ ଟିକେ ବିଳମ୍ବ ହେବ। ଏଥିସହ କିମ୍ବଦନ୍ତୀ ଖେଳାଳୀ ରାହୁଲ ଦ୍ରାବିଡ ଆମର ମାର୍ଗଦର୍ଶକ ଅଛନ୍ତି ଗୋଲାପି ବଲରେ ଆମେ ଭଲ ପ୍ରଦର୍ଶନ କରିବୁ ବୋଲି ଆଶା ରଖିଛନ୍ତି ରାହାଣେ।

Launching Ceremony of “AYUSHMAN BHARAT

Comments are closed.