ଇଚ୍ଚା ମୃତ୍ୟୁ ମାଗୁଛନ୍ତି ପିହୁଙ୍କ ମା

ଯାଜପୁର: ମଇ ୦୯: କୁନି ଝିଅ ପିହୁର ପତ୍ତା ନମିଳିବାରୁ ଅସ୍ତବ୍ୟସ୍ତ ଝିଅର ମାଆ । ଏଥିପାଇଁ ଏବେ କର ବା ମର ନାରା ଅନୁଯାଇ ସିବିଆଇ ତଦନ୍ତ ନହେଲେ ନଚେତ୍‌ ଇଚ୍ଛା ମୃତ୍ୟୁ ଦିଅ ବୋଲି ସେ ଦାବି କରିଛନ୍ତି । ସାଧାରଣ ଲୋକଙ୍କୁ ନ୍ୟାୟ ନମିଳିବା ନେଇ ପ୍ରଶ୍ନ କରିଛନ୍ତି । ତେବେ ଆଜି ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏଭଳି ଆବେଦନ କରିଛନ୍ତି କୁନି ଝିଅ ପିହୁର ମାଆ ମୋନାଲିସା ନାୟକ । ଯାଜପୁର ବିଂଝାରପୁର ଥାନା ମଧୁସୂଦନପୁର ଗାଁର ମୋନାଲିସା ନାୟକ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ସେ ଆବେଦନ ପତ୍ର ପଠାଇଛନ୍ତି ।୨୦୨୦ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଥିଲା ୨ ବର୍ଷର ଝିଅ ପିହୁ । ତେବେ ପିହୁଙ୍କ ଗାୟବ ହେବା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ନଯାଇଥିବା କାରଣରୁ ଏ ନେଇ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇଛନ୍ତି ପିହୁଙ୍କ ମା ।

Govt

Comments are closed.