ନୂଆଦିଲ୍ଲୀ : ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ସଂଗଠନର ଟ୍ୱିଟର ଆକାଉଣ୍ଟ କୁ ବ୍ୟାନ କଲେ କେନ୍ଦ୍ରସରକାର I ସଂଗଠନର ଅଫିସଆଲ ଟ୍ୱିଟର ଆକାଉଣ୍ଟକୁ ଆଜି ସୋଶାଲ ମିଡିଆ ଫ୍ଲାଟଫର୍ମରୁ ହଟାଇ ଦିଆଯାଇଛି। ପିଏଫଆଇର ଅଫିସିଆଲ ଆକାଉଣ୍ଟ @PFIofficialକୁ ୮୧ ହଜା ଲୋକ ଅନୁସରଣ କରିଥିଲେ। ଏହି ସଂଗଠନ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ଭାରତ ସରକାର ପିଏଫଆଇ ସହିତ ଏହାର ୮ ଟି ସହଯୋଗୀ ଦଳକୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଟ୍ୱିଟର ଭାରତରେ ଏହାର ଆକାଉଣ୍ଟ ଉପରେ ରୋକ ଲଗାଇ ଦେଇଛି ।
ଟ୍ବିଟର୍ ପକ୍ଷରୁ କୁହାଯାଇଛି ଯେ, ‘ଭାରତ ପକ୍ଷରୁ ଇସଲାମିକ ସଂଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI) ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବା ପରେ ଟ୍ବିଟର୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ପିଏଫ୍ଆଇର ଅଫିସିଆଲ ପେଜ୍କୁ ବ୍ୟାନ୍ କରାଯାଇଛି’।
ସୂଚନାନୁସାରେ ଭାରତରେ ଏବେ ଆତଙ୍କବାଦୀ କାର୍ଯ୍ୟକଳାପ ମାମଲାରେ ଘନଘନ ଚଢାଉ ଜାରି ରହିଛି । ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପିଏଫଆଇର ସଦସ୍ୟଙ୍କ ଏକାଧିକ ସ୍ଥାନରେ ରେଡ କରିଥିଲା। ଏହି ସମୟରେ ଶତାଧିକ ସଦସ୍ୟ ଗିରଫ ହୋଇଥିଲେ। ଏହାପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂସ୍ଥାକୁ ବେଆଇନ ସଂଗଠନ ଭାବେ ନାମିତ କରିଥିଲା। ଦେଶର ବିଭିନ୍ନ ସ୍ଥାନରୁ ଟେରର୍ ଲିଙ୍କ ନେଇ ତଥ୍ୟ ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ ଥିଲେ କେନ୍ଦ୍ର ସରକାର । ବିହାର ରାଜଧାନୀ ପାଟନା ସ୍ଥିତ ଫୁଲଓ୍ବାରୀରୁ ଆତଙ୍କବାଦୀ କାର୍ଯ୍ୟକଳାପ ମାମଲା ପ୍ରଥମେ ସାମ୍ନାକୁ ଆସିଥିଲା । ଏହା ବାଦ୍ ଗୋଟିଏ ପରେ ଗୋଟିଏ ଖୁଲାସା ହୋଇଥିଲା । ବିହାରର ରାଜଧାନୀ ପାଟନାର ଫୁଲଓ୍ବାରୀ ଶରିଫ୍ରୁ ଟେରର ମଡ୍ୟୁଲ କଥା ସାମନାକୁ ବସିଥିଲା। ଏହି ସମୟରେ ଆତଙ୍କୀ ସଂଗଠନ ISIS ସହ ମଧ୍ୟ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI)ର ଲିଙ୍କ ଥିଲା ବୋଲି ଜଣ ପଡିଥିଲା ।
ଏହାବାଦ ପିଏଫଆଇର ଲିଙ୍କ ବିଶ୍ୱସ୍ତରୀୟ ଆତଙ୍କବାଦୀ ସଂଗଠନଗୁଡ଼ିକ ସହ ରହିଛି। ଏପରି କି ପିଏଫଆଇର ଏକାଧିକ ସଦସ୍ୟ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ରେ ମଧ୍ୟ ସାମିଲ ହୋଇଛନ୍ତି। ଏମାନେ ସିରିୟା, ଇରାକ ଓ ଆଫଗାନିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଛନ୍ତି। ଆଇଏସ ସହ ଲିଙ୍କ ଥିବା କିଛି ପିଏଫଆଇ କ୍ୟାଡର ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ ଅନେକଙ୍କୁ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ଏଜେନ୍ସି ଗିରଫ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ଏହିସବୁ ତଥ୍ୟ ହସ୍ତଗତ ହେବା ପରେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟର ଏକାଧିକ ସ୍ଥାନରେ ଚଢାଉ କରାଯାଇ ଆତଙ୍କୀ ଲିଙ୍କ ମାମଲାରେ ଶହ ଶହ ଅଭିଯୁକ୍ତଙ୍କୁ ଗିରଫ କରାଗଲାଣି ।

Comments are closed.