ପର୍ଥ : ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ବେଳେ ବିରାଟ କୋହଲିଙ୍କ ସୁରକ୍ଷାରେ ତ୍ରୁଟି ହୋଇଛି । ବିରାଟଙ୍କ ଅନୁପସ୍ଥିତିରେ ତାଙ୍କ ହୋଟେଲ ରୁମ ଭିତରର ଭିଡିଓକୁ ଶୁଟିଂ କରାଯାଇଛି । ବିନା ଅନୁମତିରେ, ତା’ ପୁଣି ବିରାଟ ନଥିବା ବେଳେ ଭିଡିଓ ସୁଟିଂ ହୋଇଥିବାରୁ ଏହାକୁ ସମସ୍ତେ ନିନ୍ଦା କରିଛନ୍ତି ।
ନିଜେ ବିରାଟ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ବ୍ୟକ୍ତିଗତ ଗୋପନୀୟତା ଓ ସୁରକ୍ଷାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ବିରାଟ ପର୍ଥର ଯେଉଁ ହୋଟେଲରେ ରହୁଛନ୍ତି, ସେଠାକାର ଜଣେ କର୍ମଚାରୀ ହିଁ ଭିଡିଓକୁ ସୁଟିଂ କରିଥିଲେ । ସେ ସୋଶାଲ ମିଡିଆରେ ଏହାକୁ ପୋଷ୍ଟ କରିଥିବା ବେଳେ ବିରାଟ ଆଜି ଏହାକୁ ନିଜ ଇନଷ୍ଟାଗ୍ରାମରେ ଛାଡ଼ିଛନ୍ତି । ବିରାଟ ଭିଡିଓ ସହ ନିଜର ଗୋପନୀୟତାକୁ ନେଇ ଗୋଟିଏ ଲେଖା ବି ପୋଷ୍ଟ କରିଛନ୍ତି ।
ସେ ଲେଖିଛନ୍ତି, ମୁଁ ବୁଝିପାରୁଛି ଯେ ଫ୍ୟାନ୍ସ ନିଜ ପସନ୍ଦର ଖେଳାଳିଙ୍କୁ ଦେଖି ବେଶ ଖୁସି ଓ ଉତ୍ସାହିତ ହୋଇଯାଆନ୍ତି । ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରନ୍ତି । ଏହାକୁ ମୁଁ ସବୁବେଳେ ବେଶ ଖୁସିର ସହ ଗ୍ରହଣ କରେ । କି;ୁ ଏହି ଭିଡିଓ ବେଶ ଡରାଇବା ଭଳି ଘଟଣା । ଭିଡିଓ ସୁୁଟ କରିଥିବା ଲୋକ ଜଣଙ୍କ ମୋତେ ମୋର ଗୋପନୀୟତାକୁ ନେଇ ଭୟଭୀତ କରାଇ ଦେଇଛନ୍ତି । ଯଦି ହୋଟେଲ ରୁମରେ ମୋତେ ଗୋପନୀୟତା ମିଳିବ ନାହିଁ, ତା’ହେଲେ ମୁଁ କେଉଁଠି ଓ କେମିତି ବ୍ୟକ୍ତିଗତ ସ୍ପେସ ପାଇବି? ମୁଁ ଏହି ଘଟଣାରେ ଆଦୌ ଓକେ ନୁହେଁ । ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ଗୋପନୀୟତାରେ ଅନୁପ୍ରବେଶ । ଦୟା କରି ଲାକଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ କର;ୁ । ଏହାକୁ ମନୋରଞ୍ଜନର ସାମଗ୍ରୀ ଭାବେ ବ୍ୟବହାର କର;ୁ ନାହିଁ ।
ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଏପରି ଭିଡିଓ ସୁଟିଂକୁ କଡ଼ା ବିରୋଧ କରିଛନ୍ତି । ଭିଡିଓ ଦେଖି ଅନେକ ଲୋକ ବିରାଟଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟର ଡାଭିଡ ୱାର୍ଣ୍ଣର ଏହାକୁ ନିନ୍ଦା କରିଛନ୍ତି । ସାମ୍ନାକୁ ଆସିଥିବା ଭିଡିଓର ଉପରେ “King Kohli’s Hotel Room’ ଲେଖାଯାଇଛି । ଜଣେ ବ୍ୟକ୍ତି ପୂରା ରୁମ ଭିତରେ ବୁଲିବୁଲି ବିରାଟଙ୍କ ବିଭିନ୍ନ ଜିନିଷକୁ ରେକର୍ଡ କରିଛନ୍ତି । ବିରାଟ ବ୍ୟବହାର କରୁଥିବା ସ୍ୱାସ୍ଥ୍ୟ ଜନିତ ଜିନିଷ, ବିଭିନ୍ନ ଜୋତା, ଭାରତୀୟ ଜର୍ସି ଓ ଗ୍ଲୋବ୍ସ ଏବଂ ଟେବୁଲ ଉପରେ ରଖାଯାଇଥିବା ଚଷମା ଏବଂ କ୍ୟାପଗୁଡ଼ିକୁ ଦେଖିବାକୁ ମିଳୁଛି । ବିରାଟ ରୁମରେ ନଥିବା ବେଳେ ଏକାଧିକ କର୍ମଚାରୀ ଏପରି କରିଥିବା କୁହାଯାଉଛି ।

Comments are closed.