ବାରିପଦା : ଚଳିତ ମାସ ସେପେଫମ୍ବର ୨୭ରୁ ଅକେଫାବର ୧୦ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ବିଭିନ୍ନ ସହରରେ ଜାତୀୟ କ୍ରୀଡାର ୩୬ତମ ସଂସ୍କରଣ ଆୟୋଜିତ ହେଉଛି । ଏହି କ୍ରୀଡ଼ାରେ ୩୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କ୍ରୀଡାବିତ୍ ଭାଗ ନେଉଛନ୍ତି । ଜାତୀୟ କ୍ରୀଡ଼ାରେ ୩୬ଟି ଇଭେଣ୍ଟରେ ମୁକାବିଲା ହେବାକୁ ଥିବାବେଳେ ଓଡ଼ିଶା ୨୨ଟି କ୍ରୀଡ଼ାରେ ବିଭିନ୍ନ ଇଭେଣ୍ଟରେ ଭାଗ ନେବାପାଇଁ ଦଳ ପଠାଇବ। ରଗବୀ କ୍ରୀଡ଼ାରେ ମଧ୍ୟ ଓଡ଼ିଶା ପୁରୁଷ ଓ ମହିଳା ଦଳ ଅଂଶଗ୍ରହଣ କରିବେ। ଓଡ଼ିଶା ମହିଳା ରଗବୀ ଦଳରେ ମୟୂରଭଞ୍ଜ ଜିଲ୍ଲା, ଫୁ୍ୟଚର ଷ୍ଟାର ସ୍ପୋର୍ଟ୍ସ ଏକାଡେମୀର ରଗବୀ ଖେଳାଳି ତଥା ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ଯୁକ୍ତଦୁଇ ବିଜ୍ଞାନ ଛାତ୍ରୀ ପାର୍ବତୀ ହାଁସଦା ସ୍ଥାନ ପାଇଛନ୍ତି ।

ପାର୍ବତୀ ବାରିପଦା ବ୍ଲକର ଭୂରୁଡୁବନି ଗ୍ରାମର ଦାଶରଥି ହାଁସଦାଙ୍କ କନିଷ୍ଠ ଝିଅ, ରାଣୀଭୋଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ୨୦୧୭ ମସିହା ଠାରୁ ରଗବୀ ଖେଳିବାକୁ ଆରମ୍ଭ କରିଥିଲେ । ସେ ୨୦୧୮ରେ ସବ୍ ଜୁନିୟର, ୨୦୨୧ ଓ ୨୦୨୨ରେ ଜୁନିୟରରେ ଓଡ଼ିଶାକୁ ପ୍ରତିଧ୍ୱନିତ କରିଛନ୍ତି ଏବଂ ୨୦୨୧ରେ ୧୮ବର୍ଷରୁ କମ୍ ଭାରତୀୟ ଚୟନ ଶିବିରରେ ଶ୍ରେଷ୍ଠ ୨୦ଜଣକ ମଧ୍ୟରେ ନିଜକୁ ସାମିଲ କରିପାରିଥିଲେ । ସେ ଏବେ ଜାତୀୟ ରଗବୀ ଖେଳାଳି ତଥା ଆନ୍ତଃର୍ଜାତୀୟ ରେଫରୀ ଦିବ୍ୟରଞ୍ଜନ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଫୁ୍ୟଚର ଷ୍ଟାର ସ୍ପୋର୍ଟ୍ସ ଏକାଡେମୀରେ ରହି ପ୍ରଶିକ୍ଷଣ ନେଉଛନ୍ତି ଏବଂ ସେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ପ୍ରଥମ ରଗବୀ ଖେଳାଳି ଭାବେ ନିଜ ଜିଲ୍ଲାରେ ରହି ପ୍ରଶିକ୍ଷଣ ନେଇ ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି ।
ପାର୍ବତୀ ତାଙ୍କ ବାପା, ମାଆ, କୋଚ୍, ଏକାଡେମୀର ସମସ୍ତ କର୍ମକର୍ତ୍ତା, ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭଙ୍କର ସାହୁଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଓଡ଼ିଶା ଓ ଜିଲ୍ଲା ରଗବୀ ସଂଘର କର୍ମକର୍ତ୍ତା ଏବଂ ସମାଜସେବୀ ଅମର ସେଠୀଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ଫୁ୍ୟଚର ଷ୍ଟାର ସ୍ପୋର୍ଟ୍ସ ଏକାଡେମୀର ବାରିପଦା ଶାଖା ପରିଚାଳକ ରଞ୍ଜିତ ରାଉତ, ମଙ୍ଗଲ ହାଁସଦା, ଅମୂଲ୍ୟ ନାୟକ, ତରଣିସେନ୍ ନାୟକ, କୋଚ୍ ରାଜକିଶୋର ପାତ୍ର, ରୂପାଲି ସୋରେନ୍, ନିରଞ୍ଜନ ବିଶ୍ୱାଳ, ସମାଜସେବୀ ତଥା ନିର୍ଦ୍ଦେଶକ ଅମର ସେଠୀ, ମୟୂରଭଞ୍ଜ ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ବିଜୟ ଦାସ, ମିଡ଼ିଆ ସଂଯୋଜକ ତଥା ସମାଜସେବୀ ସୋମନାଥ ସିଂ ଓ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଚଳିତମାସ ୨୮ତାରିଖ ରୁ ୩୦ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରଗବୀ କ୍ରୀଡାରେ ଯୋଗଦେବା ପାଇଁ ସେ ୨୬ ତାରିଖରେ ଓଡିଶା ଦଳ ସହିତ ଗୁଜୁରାଟ ଅଭିମୁଖେ ଯାତ୍ରା କରିବେ ବୋଲି ଏକାଡେମୀର ପ୍ରଶିକ୍ଷକ ଦିବ୍ୟରଞ୍ଜନ ଦାସଙ୍କ ପ୍ରକାଶ କରିଛନ୍ତି ।

Comments are closed.