ହଟ୍ଟଗୋଳ ମଧ୍ୟରେ ପାସ୍‌ ହେଲା ତିନି କୃଷି ପ୍ରତ୍ୟାହାର ବିଲ୍‌

ଦିଲ୍ଲୀ: ନଭେମ୍ବର ୨୯: ସାଂସଦଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶେଷରେ ଲୋକସଭାରେ ତିନି କୃଷି ପ୍ରତ୍ୟାହାର ବିଲ୍‌ ପାସ୍‌ ହୋଇଛି । ବାଚନିକ ଭୋଟରେ ବିଲ୍‌ ପାସ୍‌ ହୋଇଥିବାର ନେଇ ବାଚସ୍ପତି ଓମ୍‌ ବିର୍ଲା ଘୋଷଣା କରିଛନ୍ତି । ଏଥିସହିତ ଗୃହକୁ ମଧ୍ୟାହ୍ନ ୨ଟା ଯାଏ ସ୍ଥଗିତ ରଖାଯାଇଛି ।

ସୂଚନା ଅନୁସାରେ, ପ୍ରବଳ ଗଣ୍ଡଗୋଳ ମଧ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲୋକସଭାରେ ଏହି ବିଲ୍‌ ପାସ୍‌ କରିଥିଲେ । ତେବେ କଂଗ୍ରେସ, ତୃଣମୂଳ ସହ ବିରୋଧୀ ଦଳ ଏହି କୃଷି ଆଇନ୍‌ ସମ୍ପର୍କରେ ଚର୍ଚ୍ଚା ପାଇଁ ଦାବି କରିଥିଲେ । ସେମାନଙ୍କ ଚର୍ଚ୍ଚା ଆବେଦନ ଆଗ୍ରାହ୍ୟ ହେବାରୁ ବିରୋଧୀ ଗୃହରେ ହୋହଲ୍ଲା କରିଥିଲେ ।

ସୂଚନା ଅନୁସାରେ, ଏହି ଶୀତକାଳୀନ ଅଧିବେଶନରେ ବେରୋଜଗାର, ପେଗାସସ୍‌ ସ୍ପାଇେୱର ଗୁଇନ୍ଦାଗିରି ପ୍ରସଙ୍ଗ ଆଲୋଚନା ହେବ । ଏହାସିତ ଚୀନ୍‌ର ବିସ୍ତାରବାଦ ଏବଂ ଭାରତୀୟ ସୀମାରେ ଅନୁପ୍ରବେଶଙ୍କ ପ୍ରସଙ୍ଗ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

Launching Ceremony of “AYUSHMAN BHARAT

Comments are closed.