ପିଲାମନଙ୍କୁ ମୋଦିଙ୍କ ଟିପସ୍‌

ନୂଆଦିଲ୍ଲୀ: ଅପ୍ରେଲ ୦୧: ଚାପ ମୁକ୍ତ ପରୀକ୍ଷା ସମ୍ପର୍କରେ ଟିପ୍ସ ଦେଇଛନ୍ତି ମୋଦି । ଆଜି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଶର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ ହୋଇଯାଇଛି । ମୋଦି ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣ କରିଛନ୍ତିି। ପିଏମ୍ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଅଭିଭାବକ ଓ ଶିକ୍ଷକମାନଙ୍କ ସହ ମିଶି ମଧ୍ୟ ଚାପ ମୁକ୍ତ ପରୀକ୍ଷା ସମ୍ପର୍କରେ ନିଜ ନିଜର ମତ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଗତ ଡିସେମ୍ବର ଓ ଜାନୁଆରୀ ମାସରେ ଅନଲାଇନରେ ଏକ କ୍ରିଏଟିଭ୍ ରାଇଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଯେଉଁଥିରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୧୫ଲକ୍ଷରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ତେବେ ସେଥିମଧ୍ୟରୁ କିଛିପିଲା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । କୋଭିଡ କାରଣରୁ ଏହାର ଚତୁର୍ଥ ସଂସ୍କରଣ ଅନଲାଇନରେ ହୋଇଥିଲା । ତେବେ ବର୍ତ୍ତମାନର ସ୍ଥିତି ପାଇଁ ଏହି କାର୍ଯ୍ୟକ୍ରମକୁ ଅଫଲାଇନରେ କରାଯାଇଛି।

Govt

Comments are closed.