ନୂଆଦିଲ୍ଳୀ: ମଇ ୧୬: ଆପଣ ଯଦି କମେଡି ଫିଲ୍ମ ପସନ୍ଦ କରନ୍ତି ତେବେ ମଲଫି ଷ୍ଟାରର ଫିଲ୍ମ ଫିରହେରାଫେରି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ । ସେଥିରେ ପରେଶ ରାୱଲ ତାଙ୍କ ଚରିତ୍ରକୁ ଜିବନ୍ତ କରିଦେଇଥିଲେ । ତାଙ୍କ ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । କମେଡି ହେଉ ବା ନେଗେଟିଭ୍ ସମସ୍ତ ଚରିତ୍ରରେ ଛାଇ ରୁହନ୍ତି । କି;ୁ ତାଙ୍କ କ୍ୟାରିୟରରେ ବାବୁ ରାଓ ଭୂମିକା ତାଙ୍କୁ ବେଶ ଚର୍ଚ୍ଚାକୁ ଆଣିଥିଲା । ଏଥିପାଇଁ ତାଙ୍କ ଫ୍ୟାନ୍ସମାନେ ତାଙ୍କ ସିକେ୍ୱଲକୁ ଅପେକ୍ଷା କରିଛନ୍ତି । ତେବେ ଏନେଇ ଏକ ସାକ୍ଷାତକାରରେ ପରେଶ ରାୱଲ୍ ଚଳଚ୍ଚିତ୍ରର ସିକେ ୍ୱଲରେ କାମ କରିବା ବିଷୟରେ ଖୋଲାଖୋଲି ଭାବରେ କହିଥିଲେ ।ସେ କହିଥିଲେ ଯେ ମୋ ଚରିତ୍ର ବିଷୟରେ କହିଲେ ମନରେ ମୋର କୌଣସି ଉତ୍ସାହ ନାହିଁ, ଯେପର୍ଯ୍ୟନ୍ତ ଏହାର ବ୍ୟାକଡ୍ରପ୍ ଅଲଗା ହୋଇ ନାହିଁ ।
ଏହା ବ୍ୟତୀତ ଆଉ ଏକ ଉଦାହରଣ ଦେଇଛନ୍ତି, ଯେପରି ମୁନ୍ନା ଭାଇ ଏମବିବିଏସ୍ କୁ ଏକ ଭଲ ସିକେ ୍ୱଲ ଦିଆଯାଇଥିଲା । ଯଦି ମୋତେ ପୁନର୍ବାର ସମାନ କାର୍ଯ୍ୟ କରିବାକୁ ପଡିବ, ସମାନ ପ୍ରକାରର ଧୋତି ପିନ୍ଧ;ୁ, ଚଷମା ପିନ୍ଧ;ୁ ବୋଲି କୁହାଯିବ ତାହାଲେ ମୁଁ ଏଥିପାଇଁ ବହୁତ ଟଙ୍କା ନେବି । ତେଣୁ ଟଙ୍କା ବ୍ୟତୀତ ଏହା କରିବା ମୋ ମନରେ କୌଣସି ପ୍ରକାରର ଖୁସି ମିଳିବ ନାହିଁ । ତେଣୁ କାହାଣୀଟି ଭଲ ହେବା ଉଚିିତ । କାହିଁକି ନା ଆମେ ଏତେ ବର୍ଷ ପରେ ହେରା ଫେରିର ସିକେ ୍ୱଲ ଆଣିବା ଏଥିରେ ପରିବର୍ତ୍ତନ ହେବା ଉଚିତ୍ । ତାହାଲେ ଟିକେ ଖୁସି ଲାଗିବ । ତେବେ ଏପରି ଏକ ମନ୍ତବ୍ୟ ଦେଇଛନ୍ତି ପରେଶ୍ । ଯାହାକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହେଉଛି ।

Comments are closed.