ମୁମ୍ବାଇ ପହଞ୍ଚିଲେ ପଳାତକ ପରମ ବୀର ସିଂ: ଆତଙ୍କବାଦୀ କାବସକୁ ନେଇ ରହିଛି ଲିଙ୍କ୍‌

ମୁମ୍ବାଇ: ନଭେମ୍ବର ୨୫: ପ୍ରାୟ ୭ ମାସ ପରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମ ବୀର ସିଂ ମୁମ୍ବାଇରେ ପହଞ୍ଚିଛନ୍ତି । ସେ କହିଛନ୍ତି, ମୁଁ କିଛି ଭୁଲ କରି ନାହିଁ, କୋର୍ଟ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ପରମ ବୀରଙ୍କୁ କୋର୍ଟ ପଳାତକ ଘୋଷଣା କରିଛି । ଏହାପୂର୍ବରୁ ବୁଧବାର ଦିନ ଦୀର୍ଘ ସମୟ ପରେ ନିରବତାକୁ ଭାଙ୍ଗି ସେ କହିଥିଲେ ଯେ, ସେ ଚଣ୍ଡିଗଡ଼ରେ ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଖୁବ ଶୀଘ୍ର ମୁମ୍ବାଇରେ ତାଙ୍କ ବିରୋଧରେ ହୋଇଥିବା ମାମଲାର ତଦନ୍ତରେ ସହଯୋଗ କରିବେ । ମୁମ୍ବାଇ ଏବଂ ଥାନେରେ ତାଙ୍କ ବିରୋଧରେ ୫ ଟି ମାମଲା ରହିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି, ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ କାସବଙ୍କ ସହିତ ତାଙ୍କ ଲିଙ୍କ ରହିଛି ବୋଲି ମୁମ୍ବାଇ ପୁଲିସର ଅବସରପ୍ରାପ୍ତ ଏସିପି ସମଶେର ଖାନ୍‌ ପଠାନ ଅଭିଯୋଗ କରିଛନ୍ତି । ଏହିପରି କି ପରମ ବୀର କାସବଙ୍କ ଫୋନ୍‌ ମଧ୍ୟ ଲୁଚାଇ ଦେଉଥିବା ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ।
ସମଶେରଙ୍କ ସୂଚନା ଅନୁସାରେ, ୨୦୦୮ରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ସାମିଲ ଆତଙ୍କବାଦୀ ଅଜମଲ କାସବଙ୍କୁ ସାହାଯ୍ୟ କରିଥିଲେ ପରମ ବୀର । ସେ କାସବଠାରୁ ମିଳିଥିବା ଫୋନକୁ ତାଙ୍କ ପାଖରେ ରଖିଥିଲେ ଏବଂ ଏହାକୁ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦେଇ ନଥିଲେ । ଏହି ଫୋନ୍‌ ମାଧ୍ୟମରେ କାସବ ପାକିସ୍ତାନରେ ବସିଥିବା ଆତଙ୍କବାଦୀ ମାଷ୍ଟରଙ୍କଠାରୁ ନିର୍ଦ୍ଦେଶ ନେଉଥିଲେ ।

ସୂଚନା ଥାଉଯେ, କେବଳ କାସବ ନୁହେଁ ଅନ୍ୟ ଆତଙ୍କବାଦୀ ଏବଂ ତାଙ୍କର ହ୍ୟାଣ୍ଡେଲର୍ସଙ୍କୁ ମଧ୍ୟ ସେ ସାହାଯ୍ୟ କରିଥିବା ପୋଲିସକୁ ତଥ୍ୟ ମିଳିଛି । ଏହିପରିକି ତାଙ୍କ ବିରୋଧରେ ହେଉଥିବା ଅନେକ ମାମଲାର ପ୍ରମାଣକୁ ସେ ନଷ୍ଟ କରିଦେଇଛନ୍ତି । ଏନେଇ ସମରେଶ ଖାନ୍‌ ପଠାନ ମୁମ୍ବାଇର ବର୍ତ୍ତମାନର ପୋଲିସ କମିଶନରଙ୍କ ନିକଟଙ୍କୁ ଚାରି ପୃଷ୍ଠାର ଅଭିଯୋଗ ପତ୍ର ପଠାଇ ତଦନ୍ତ ଦାବି କରିଛନ୍ତି ।

Govt

Comments are closed.