ଶୀତ ଦିନରେ କରନ୍ତୁ ଗରମ ଗରମ ଅମୃତ୍ତଭଣ୍ଡା ହାଲୁଆ

ଶୀତ ଦିନରେ ମିଠା ପ୍ରେମୀମାନ କିଛି ଗରମ ଗରମ ମିଠା ଖାଇବାକୁ ଇଚ୍ଛା କରିଥାନ୍ତି । ହେଲେ କୌଣସି ମିଠା ବହୁ ସମୟ ଧରି ଗରମ ରହିନଥାଏ । କେବଳ ହାଲୁଆ ବହୁ ସମୟ ଧରି ଗରମ ରହିଥାଏ । ହାଲୁଆ କରିବାର ଶୈଳୀ ବହୁ ଲୋକଙ୍କୁ କଷ୍ଟ ଲାଗିଥାଏ । କିନ୍ତୁ ଅମୃତଭଣ୍ଡା ହାଲୁଆ ଅତି ସହଜରେ ପ୍ରସ୍ତୁତ ହୋଇଯାଏ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ-
ସାମଗ୍ରୀ : ୫୦୦ ଗ୍ରାମ ପାଚିଲା ଅମୃତ୍ତଭଣ୍ଡା କଟା, ୧୦୦ ଗ୍ରାମ ଖୁଆ, ୩ ଚାମଚ ଘିଅ, ୨କପ କ୍ଷୀର, ଅଧା କପ କାଜୁ, ଅଳ୍ପ ପରିମାଣ ଗୁଜୁରାତି ଗୁଣ୍ଡ, ଅଧା କପ ପାଣି, ଦୁଇ ଚାମଚ ଚିନି ।

ପ୍ରଣାଳୀ : ପ୍ରଥମେ ପାଚିଲା ଅମୃତ୍ତଭଣ୍ଡାକୁ ମଞ୍ଜି କାଢିନେଇ ବାଟି ଦିଅନ୍ତୁ । ଏହାପରେ ମିଡିଅମ ଆଞ୍ଚରେ ଘିଅ ଗରମ କରନ୍ତୁ । ଏଥିରେ ଅମୃତ୍ତଭଣ୍ଡାକୁ ପକାଇ ଭାଜନ୍ତୁ । ଯେତେବେଳେ ମିଶ୍ରଣ ଭଲକରି ଭାଜି ହୋଇଯିବ, ସେଥିରେ କ୍ଷୀର ମିଶାନ୍ତୁ । ଏହାକୁ କ୍ଷୀର ପକାଇବା ପରେ ୬ରୁ୭ ମିନିଟ୍‌ ଭାଜନ୍ତୁ । ଏହାପରେ ଏଥିରେ ଖୁଆ, ଗୁଜୁରାତି ଗୁଣ୍ଡ, କାଜୁ, ଚିନି ମିଶାନ୍ତୁ ।
ଶୀତ ଦିନରେ କରନ୍ତୁ ଗରମ ଗରମ ଅମୃତ୍ତଭଣ୍ଡା ହାଲୁଆ
ଏହାକୁ ପାଣି ମରିବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ଏହାପରେ ପ୍ରସ୍ତୁତ ହୋଇଗଲା ଅମୃତ୍ତଭଣ୍ଡା ହାଲୁଆ । ଉପରେ କଟା କାଜୁ, ବାଦାମ ପକାଇ ପରଷନ୍ତୁ ।

Launching Ceremony of “AYUSHMAN BHARAT

Comments are closed.