ପରଲୋକରେ ସନ୍ତୁର ସମ୍ରାଟ୍‌

ମୁମ୍ବାଇ: ଆଉ ଶୁଭିବନି ତାଙ୍କ ସ;ୁରର ସହସ୍ର ତାରରୁ ସୃଷ୍ଟି ବୀଣାଜିଣା ମଧୁର ସ୍ୱର । ପ୍ରଖ୍ୟାତ ସ;ୁର ବାଦକ ତଥା ସଂଗୀତ ନିର୍ଦ୍ଦେଶକ ପଣ୍ଡିତ ଶିବକୁମାର ଶର୍ମାଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ ଗତ ୬ ମାସ ହେବ ଯକୃତଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କର ହୃଦଘାତ ହେତୁ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଶିବକୁମାର ୧୯୩୮ ମସିହା ଜାନୁଆରି ୧୩ ତାରିଖରେ ଜାମ୍ମୁରେ ଜନ୍ମଗ୍ରହଣ କରିଥିଲେ । ସେ ପାଞ୍ଚ ବର୍ଷ ବୟସରୁ କଣ୍ଠ ସଂଗୀତ ଓ ତାବ୍ଲା ଶିଖିବା ଆରମ୍ଭ କରିଥିଲେ । ତାଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିଲା ସେ ସ;ୁର ଶିଖିବା ଆରମ୍ଭ କଲେ । ଭାରତୀୟ ସଂଗୀତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ଶିବକୁମାରଙ୍କୁ ୧୯୮୬ ମସିହାରେ ସଂଗୀତ ନାଟକ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୯୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ଏବଂ ୨୦୦୧ ମସିହାରେ ତାଙ୍କୁ ପଦ୍ମଭୂଷଣ ପୁରସ୍କାରରେ ଭୂଷିତ କରାଯାଇଥିଲା । କେବଳ ଶସ୍ତ୍ରୀୟ ସଂଗୀତ ନୁହେଁ, ସିନେ-ସଂଗୀତ କ୍ଷେତ୍ରରେ ମଧ୍ୟ ନିଜର ଛାପ ଛାଡ଼ି ଯାଇଛନ୍ତି । ତେବେ ତାଙ୍କ ମୃତ୍ୟୁରେ ସାରା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

Govt

Comments are closed.