ଭୁବନେଶ୍ୱର: ଡିସେମ୍ବର ୨୫: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ପଞ୍ଚାୟତ ନିର୍ବାଚନର ପାର୍ଥୀଙ୍କ ପାଇଁ ଏକ ନୂଆ ନିୟମ ତିଆରି ହୋଇଛି । ପଞ୍ଚାୟତ ନିର୍ବାଚନରେ ଠିଆ ହୋଇଥିବା ପ୍ରାର୍ଥୀ ଏଣିକି ସତ୍ୟପାଠ ଦାଖଲ କରିବେ । ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ବା ନୋମିନୀ ଓ ଜିଲ୍ଲା ପରିଷଦ ମସସ୍ତ ସଭ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ବେଳେ ସତ୍ୟପାଠ ଦାଖଲ କରିବେ । ନିଜ ନାମରେ ଥିବା କୌଣସି ଅପରାଧିକ ମାମଲା, ସଂପତ୍ତି ବିବରଣୀ ଓ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସତ୍ୟପାଠରେ ତଥ୍ୟ ଦେବା ବଧ୍ୟତାମୂଳକ କରାଯାଇଛି । ଯଦି ସେମାନେ ଭୁଲ୍ ତଥ୍ୟ ଦେଇଥିବା ପ୍ରମାଣିତ ହେଲେ ଜରିମାନା ସହ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବ୍ୟବସ୍ଥା କରାଯାଇଛି । ଏନେଇ ଆଜି ଏକ ଅଧ୍ୟାଦେଶ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆସନ୍ତା ଫେବ୍ରୁଆରୀରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଏହି ନୂଆ ନିୟମ ଲାଗୁ କରାଯିବ । ନୂଆ ଆଇନରେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ବିପର୍ଯ୍ୟୟ ମୁକାବିଲା ପାଇଁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ବିପର୍ଯ୍ୟୟ ବେଳେ ରିଲିଫ, ଥଇଥାନ ଓ ପୁନଃନିର୍ମାଣରେ ପଞ୍ଚାୟତ ପ୍ରତିନିଧିମାନେ ସାମିଲ ହେବେ ।

Comments are closed.