ପାଞ୍ଚ ମହାନ ଦାନ

ହିନ୍ଦୁ ଧର୍ମରେ ଦାନର ମହ‰ ବହୁତ ରହିଛି । ଦାନ ଦେବା ଦ୍ୱାରା ଜଣେ ବ୍ୟକ୍ତିଙ୍କର ପୂଣ୍ୟ ବଢିଥାଏ ବୋଲି ବିଶ୍ୱାସ ରହିଛି । ଆଜିକାଲି ଲୋକମାନେ ଦାନର ଅର୍ଥ କହିଲେ କେବଳ ଟଙ୍କା ବୋଲି ଭାବୁଛନ୍ତି । ହେଲେ ଏଭଳି କିଛି ଦାନ ଅଛି ଯାହା ମହାନ ଦାନରେ ଗଣା ଯାଇଥାଏ । ସେହିଭଳି ପାଞ୍ଚଟି ମହାନଦାନ ବିଷୟରେ

ଭୂମି ଦାନ

ପାଞ୍ଚ ମହାନ ଦାନ
ପୂର୍ବ କାଳରେ ରାଜାଙ୍କ ଦ୍ୱାରା ଯୋଗ୍ୟ ଓ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ଭୂମି ଦାନ କରାଯାଇଥାଏ । ଭଗବାନ ବିଷ୍ଣୁ ତାଙ୍କ ବାମନ ଅବତାରରେ ଭୂମି ଦାନ ନେଇ ତିନି ପାଦରେ ତିନି ଲୋକକୁ ମାପିଥିଲେ । ତେଣୁ ଭୂମି ଦାନ ହେଉଛି ଶ୍ରେଷ୍ଠ ଦାନ । ଯଦି ବିଦ୍ୟାଳୟ, ଆଶ୍ରମ, ଧର୍ମଶାଳା ଆଦି ଧର୍ମୀୟ ଅନୁଷ୍ଠାନକୁ ଭୂମି ଦାନ କରାଯାଏ ତେବେ ତାହାକୁ ମହାନଦାନ କୁହାଯାଏ ।

ଗୋଦାନ

ପାଞ୍ଚ ମହାନ ଦାନ
ଭୂମି ଦାନ ଭଳି ଗୋଦାନର ମଧ୍ୟ ଅନେକ ମହତ୍ୱ ରହିଛି । ପୂରାଣ କଥା ଅନୁଯାୟୀ ଯେଉଁ ବ୍ୟକ୍ତି ଗୋଦାନ କରିଥାଏ ତାହାର ପରଲୋକରେ ମଧ୍ୟ କଲ୍ୟାଣ ହୋଇଥାଏ । ଗୋଦାନ କରିଥିବା ବ୍ୟକ୍ତି ଓ ତାଙ୍କର ପୂର୍ବପୁରୁଷ ଜୀବନ ଚକ୍ରରୁ ମୁକ୍ତି ପାଆନ୍ତି ବୋଲି ବିଶ୍ୱାସ ରହିଛି ।

ଅନ୍ନ ଦାନ

ପାଞ୍ଚ ମହାନ ଦାନ
ଅନ୍ନ ଦାନ କରିବା ଏକ ବଡ ପୂଣ୍ୟ କାମ ଅଟେ । ଏହି ଦାନ ଦ୍ୱାରା ଜଣେ କ୍ଷୁଦାର୍ଥର କ୍ଷୁଦା ମେଣ୍ଟାଯାଇଥାଏ । ଅନ୍ନ ଦାନ ଭୋଜନର ଗୁରୁତ୍ୱକୁ ବୁଝାଇଥାଏ । ଏହା କରିବା ଦ୍ୱାରା ନିଜ ମନକୁ ମଧ୍ୟ ଶାନ୍ତି ମିଳିଥାଏ ।

କନ୍ୟା ଦାନ

ପାଞ୍ଚ ମହାନ ଦାନ
ସବୁଠାରୁ ଶ୍ରେଷ୍ଠ ଦାନ ହେଉଛି କନ୍ୟା ଦାନ । ସନାତନ ଧର୍ମରେ କନ୍ୟା ଦାନକୁ ସବୁଠାରୁ ଉପରେ ରଖାଯାଇଥାଏ । ଏହି ଦାନ କରିବା ଦ୍ୱାରା ମାତା ପିତା ଅନେକ ପୂଣ୍ୟ ଅର୍ଜନ କରିଥାଆନ୍ତି ।

ବିଦ୍ୟା ଦାନ

ପାଞ୍ଚ ମହାନ ଦାନ
ବିଦ୍ୟା ଦାନରେ ମଣିଷର ବିଦ୍ୟା ଆହୁରି ବଢିଥାଏ । ଏହି ଦାନ କରିବା ଦ୍ୱାରା ବ୍ୟକ୍ତିଙ୍କ ପାଖରେ ବିବେକଶୀଳତା ଓ ବିନୟ ଗୁଣରେ ବୃଦ୍ଧି ଘଟିଥାଏ । ଭାରତୀୟ ସଂସ୍କୃତିରେ ବହୁ ପୂରାତନ କାଳରୁ ଗୁରୁ- ଶିଷ୍ୟ ପରମ୍ପରା ରହିଛି । ଯେଉଁଥିରେ ବିଦ୍ୟାଦାନର ପରମ୍ପରା ରହିଛି । ତେଣୁ ବିଦ୍ୟାଦାନ ମହାନ ଦାନ ।

Comments are closed.