ପଣା ସଂକ୍ରାନ୍ତିର ମହତ୍ତ୍ୱ

ଏହି ସମୟରେ ତାପମାତ୍ରା ବୃଦ୍ଧି ହେବା ସହ ଶରୀରର ହଜମ ଶକ୍ତି ବଢେ । ତେଣୁ ଏହି ଦିନ ଗରିଷ୍ଠ ଖାଦ୍ୟ ଯଥା ଛତୁଆ ଭୋଜନ କରାଯାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା କରାଯାଏ । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁଆ ଏବଂ ପଣା ଭୋଗର ବିଧି ରହିଛି ।

ପଣା ସଂକ୍ରାନ୍ତିର ମହତ୍ତ୍ୱ

ତେଣୁ ବନ୍ଧୁବାନ୍ଧବଙ୍କଠାରୁ ଆରମ୍ଭ କରି ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହାକୁ ପଣା ସଂକ୍ରାନ୍ତି ବୋଲି କୁହାଯାଏ । ଓଡ଼ିଆ ସଂସ୍କୃତି ଜଗନ୍ନାଥ ସଂସ୍କୃତିକୁ ବୁଝାଏ । ଏଣୁ ଶ୍ରୀମନ୍ଦିରରୁ ହିଁ ସବୁ ଆରମ୍ଭ । ଗ୍ରୀଷ୍ମରେ ଆଦ୍ୟ ହେତୁ ପଣାରେ ଥଣ୍ଡା ଏବଂ ସ୍ୱାସ୍ଥ୍ୟକର ଦ୍ରବ୍ୟ ବ୍ୟବହାର କରାଯାଏ । ବିଶେଷ କରି କଞ୍ଚା ଆମ୍ବ, ପାଚିଲା ଆମ୍ବରସ, ପାଚିଲା ବେଲ, କାଜୁ, କିସ୍‌ମିସ୍‌ ଏବଂ ଅନେକ କିଛି । ଏହି ଦିନ ସାଙ୍ଗସାଥୀ ଏବଂ ବନ୍ଧୁବାନ୍ଧବମାନଙ୍କୁ ଘରକୁ ସ୍ୱାଗତ କରି ପଣାରେ ଆପାୟିତ କରାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଏବଂ ନଡ଼ିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ କରାଯାଏ ।

ଗ୍ରୀଷ୍ମଦିନର ଆରମ୍ଭ ଯୋଗୁଁ ଏହି ଦିନଠାରୁ ବାଟେଘାଟେ ପଥିକମାନଙ୍କ ପାଇଁ ଜଳଛତ୍ର ଖୋଲାଯାଏ । ସେହିପରି ପ୍ରତି ଓଡ଼ିଆ ଘର ଅଗଣାରେ ତୁଳସୀ ଚଉରା ଉପରେ ଏକ ପାଣିଭର୍ତ୍ତି ଛୋଟ ଠେକି ରଖାଯାଏ । ଏହି ଠେକି ତଳେ ଏକ ଛୋଟ ଛିଦ୍ରଥାଏ, ଯଦ୍ୱାରା ପାଣି ତୁଳସୀ ଗଛରେ ପଡ଼ିପାରିବ ।
ପଣା ସଂକ୍ରାନ୍ତିର ମହତ୍ତ୍ୱ

ତୁଳସୀ ଚଉରା ଉପରେ ଜଳଘଟ ସ୍ଥାପନା କରିବାର ଉଦ୍ଦେଶ୍ୟ ଇନ୍ଦ୍ରଦେବଙ୍କୁ ଯଥାଶୀଘ୍ର ବୃଷ୍ଟି ନିମନ୍ତେ ପ୍ରାର୍ଥନା କରିବା । ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳ ସଂକ୍ରାନ୍ତି ବୋଲି କହିଥାଆନ୍ତି । ଏହି ସଂକ୍ରାନ୍ତି ଦିନ ପ୍ରତି ଓଡ଼ିଆ ଘରେ ଗୋବର ପାଣି ଛିଞ୍ଚନ ସହ ଆମ୍ବପତ୍ରର ତୋରଣ କରି ଦାଣ୍ଡ ଦୁଆରେ ଲଗାଯିବାର ପରମ୍ପରା ରହିଛି । ପଣାସଂକ୍ରାନ୍ତିରେ ଶାଳଗ୍ରାମ ଏବଂ ମହାଦେବଙ୍କ ଉପରେ ସୁଗନ୍ଧିତ ଜଳଧାର ଦାନ କରାଯାଏ । ଏହି ସମୟରେ ଜୋତା ଓ ଛତା ଦାନ କରିବା କରିବାର ପରମ୍ପରା ରହିଛି । ଏହା କଲେ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ପୁରୁଣାରେ ବର୍ଣ୍ଣିତ ହୋଇଥାଏ ।

ପଣା ସଂକ୍ରାନ୍ତିର ମହତ୍ତ୍ୱ

ବିଷୁବ ସଂକ୍ରାନ୍ତିକୁ ମଧ୍ୟ ଅକ୍ଷୟ ତୃତୀୟା, ପର୍ଶୁରାମ ଜୟନ୍ତୀ, ହନୁମାନ ଜୟନ୍ତୀ, ନୃସିଂହ ଜୟନ୍ତୀ, ଝାମୁଯାତ୍ରା ଉତ୍ସବ ସହ ଯୋଡ଼ି ହୋଇ ଏହାର ଆଡମ୍ବରତା ବୃଦ୍ଧି କରିଥାଏ । ପୁରାଣରେ ବର୍ଣ୍ଣିତ ଅନୁସାରେ ବିଷୁବ ସଂକ୍ରାନ୍ତି ଦିନ ସମପରିମାଣର ମସୁର ଡାଲି ଓ ନିମ୍ବପତ୍ର ଚୋବାଇ ଖାଇଲେ ବର୍ଷେ ଯାଏ ବିଷାକ୍ତ ସର୍ପର ଦଂଶନକୁ ରୋକିବାରେ ଶକ୍ତି ଲାଭ ହୁଏ ।

ପଣା ସଂକ୍ରାନ୍ତିର ମହତ୍ତ୍ୱ

ସୂର୍ଯ୍ୟ ଅଗ୍ନିଙ୍କର ସମ୍ପର୍କ ଏକାକାର ପାଇଁ ଆମ ରାଜ୍ୟରେ ନିଆଁରେ ଝାମୁଯାତ୍ରା, ଦଣ୍ଡନୃତ୍ୟ, ଘଣ୍ଟ ପାଟୁଆ, ଆଦିବାସୀ ପରମ୍ପରାରେ କେଡ ଓ ଝିଙ୍ଗଡି ପର୍ବ ପାଳିତ ହୋଇଥାଏ । ଏଥିସହ ସାନ୍ତାଳମାନଙ୍କର ଏହି ଦିନରେ ପାଟ ପର୍ବ ଏବଂ ଶିକାର ପର୍ବ ପାଳିତ ହୋଇଥାଏ । ଶ୍ରୀକ୍ଷେତ୍ରରେ ପଣାସଂକ୍ରାନ୍ତି ଦିନ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଏ । ବିଭିନ୍ନ ଆଖଡ଼ାରେ ପୂଜାକରାଯିବା ପରେ କୁସ୍ତି ଯୋଦ୍ଧାମାନେ କୁସ୍ତି ଶିକ୍ଷା ଆରମ୍ଭ କରିଥାନ୍ତି ।

Launching Ceremony of “AYUSHMAN BHARAT

Comments are closed.