ପାଳଙ୍ଗ ପତ୍ର ଚାଟ୍‌

ଫାଷ୍ଟ ଫୁଡ ୍‌ ଶରୀର ପ୍ରତି ହାନିକାରକ । ଏକଥା ଜାଣି ମଧ୍ୟ ଆମେ ଫାଷ୍ଟ ଫୁଡ୍‌ ଖାଉ । ଭାରତର ଲୋକପ୍ରିୟ ଫାଷ୍ଟ ଫୁଡ୍‌ରେ ଚାଟ୍‌ ସମସ୍ତଙ୍କର ପସନ୍ଦ । ଅସ୍ୱାସ୍ଥ୍ୟକର ଖାଦ୍ୟ ହୋଇଥିଲେ ମଧ୍ୟ ଚାଟ୍‌ ଖାଇବାକୁ ବେଳେ ବେଳେ ଇଚ୍ଛା ହୁଏ । ଯଦି ଏହିପରି ଇଚ୍ଛା କେବେ ହେଉଛି ତେବେ ଅସ୍ୱାସ୍ଥ୍ୟକର ଚାଟ୍‌ ନୁହେଁ ବରଂ ସ୍ୱାସ୍ଥ୍ୟକର ଚାଟ୍‌ ଖାଆନ୍ତୁ ।
ପାଳଙ୍ଗ ପତ୍ର ଚାଟ୍‌
ଯେପରି ପାଳଙ୍ଗ ପତ୍ର ଚାଟ୍‌ ।

ସାମଗ୍ରୀ- ଏକ କପ୍‌ ବେସନ, ଅଧା ଚାମଚ ଲୁଣ, ଅଧା ଚାମଚ ଜୁଆଣି, ୨କପ ପାଣି, ହଳଦୀ, ୭ରୁ ୮ଟି ପାଳଙ୍ଗ ପତ୍ର, ୪ ଚାମଚ ଦହି, ଅଳ୍ପ ପରିମାଣ କଳା ଲୁଣ, ଅଳ୍ପ ପରିମାଣ ଜୀରା, ଏକ ଚାମଚ ଲଙ୍କା ଗୁଣ୍ଡ, କଟା ପିଆଜ ଅଳ୍ପ ପରିମାଣ, କଟା ଟମାଟ ଅଳ୍ପ ପରିମାଣ, ଗୋଟିଏ କଞ୍ଚା ଲଙ୍କା, ଦୁଇ ଚାମଚ ତେନ୍ତୁଳି ଚଟଣି, ୨ ଚାମଚ ପୋଦିନା ଚଟଣି, ଏକ ଚାମଚ ବୁନ୍ଦି, ଏକ ଚାମଚ ଡାଳିମ୍ବ ମଞ୍ଜି, ଏକ ଚାମଚ ସେଓ ।

ପ୍ରଣାଳୀ- ଗୋଟିଏ ପାତ୍ରରେ ଏକ କପ୍‌ ବେସନରେ ଲୁଣ, ଜୁଆଣି, ଅଳ୍ପ ହଳଦୀ ଓ ପାଣି ମିଶାଇ ପତଳା ଆଣ ପ୍ରସ୍ତୁତ କରନ୍ତୁ । ଏହାପରେ ଏଥିରେ ପାଳଙ୍ଗ ପତ୍ର ବୁଡାଇ ଛାଣନ୍ତୁ । ଏହି ଛଣା ପାଳଙ୍ଗ ପତ୍ରକୁ ଏକ ପ୍ଲେଟରେ ରଖନ୍ତୁ ।
ପାଳଙ୍ଗ ପତ୍ର ଚାଟ୍‌

ଏହା ଉପରେ ଦହି, କଳା ଲୁଣ, ଜିରା ଓ ଲଙ୍କା ଗୁଣ୍ଡ ପକାନ୍ତୁ । ଏହାପରେ କଟା ହୋଇଥିବା ଧନିଆ ପତ୍ର, ତେନ୍ତୁଳି ଚଟଣି, ପୋଦିନା ଚଟଣି, ଡାଳିମ୍ବ ମଞ୍ଜି ସେଓ ଦେଇ ସଜାନ୍ତୁ । ପ୍ରସ୍ତୁତ ହୋଇଗଲା ପାଳଙ୍ଗ ପତ୍ର ଚାଟ୍‌ ।

Launching Ceremony of “AYUSHMAN BHARAT

Comments are closed.