ମୁଦ୍ରା ବଜାରରେ ଖସୁଛି ପାକ୍ ମୁଦ୍ରାର ମୂଲ୍ୟ
ଆଫଗାନିସ୍ଥାନରେ ତାଲିବାନ ସରକାର ଗଠନ ହେବା ପରେ ପାକ୍ ଉପରେ ପଡ଼ିଛି ଏହି ବିପଦ ।
ଦିଲ୍ଲୀ: ସେପ୍ଟେମ୍ବର ୧୬ : ଆଫଗାନିସ୍ଥାନରେ ତାଲିବାନ ସରକାର ଗଠନ ହେବା ପରେ ପାକିସ୍ତାନ ଉପରେ ବିପଦ ପଡ଼ିଛି । ବିଶ୍ୱ ମୁଦ୍ରା ବଜାରରେ ପାକ୍ ମୁଦ୍ରାର ମୂଲ୍ୟ ଲଗାତର ଭାବେ ହ ୍ରାସ ପାଇବାରେ ଲାଗିଛି । ଡଲାର ତୁଳାନରେ ପାକ୍ ମୁଦ୍ରାର ମୂଲ୍ୟ ଖସୁଛି । ପ୍ରଥମରୁ ପାକିସ୍ତାନ ଅର୍ଥନୀତି ସଙ୍କଟରେ ରହିଥିଲା । ପୁଣି ଏକ ନୂଆ ସଙ୍କଟ ଦେଖିବା ପରେ ଏବେ ଇମରାନଙ୍କ ଚିନ୍ତା ବଢିଯାଇଛି ।
ପାକ୍ର ଏକ ଗଣମାଧ୍ୟମ ଅନୁସାରେ, ବୁଧବାର ଦିନ ମୁଦ୍ରା ବଜାରରେ ପାକ୍ ମୁଦ୍ରା ୧ ଟଙ୍କା ହ ୍ରାସ ପାଇଛି । ଏବେ ଏହା ଡଲାର ତୁଳନାରେ ୧୬୯.୯ ଟଙ୍କାରେ ପହଞ୍ଚିଛି । ତେବେ ଚଳିତ ବର୍ଷ ମେ ୧୪ ତାରିଖ ଏପର୍ଯ୍ୟନ୍ତ ପାକ୍ ମୁଦ୍ରା ୧୮ ଟଙ୍କା ହ ୍ରାସ ପାଇଛି । ଯାହା ପାକ୍ ଅର୍ଥନୀତିରେ ଗଭୀର ସଙ୍କଟ ସୃଷ୍ଟି କରିପାରେ ।
ଏସିଆ ମହାଦେଶରେ ଏବେ ପାକିସ୍ତାନ ମୁଦ୍ରା ପ୍ରଦର୍ଶନର ସ୍ଥିତି ଖରାପ ରହିଛି । ପାକ୍ ମୁଦ୍ରାର ବିନିମୟ ମୂଲ୍ୟ ଖସିବାର ମୁଖ୍ୟ କାରଣ ଭାବେ ଆଫଗାନିସ୍ଥାନରେ ତାଲିବାନ ସରକାର ଗଠନ କରିବା ଦ୍ୱାରା ହୋଇଛି ବୋଲି କୁହାଯାଉଛି ।
‘ଆଲ®ା ବେଟା କୋର୍’ ସିଇଓ ଖୁସ୍ରମ ଶହାଜାଦଙ୍କ ସୂଚନା ଅନୁସାରେ, ଆଫଗାନିସ୍ଥାନ ପାଇଁ ପାକ୍ ମୁଦ୍ରାର ବିନିମୟ ମୂଲ୍ୟ ହ ୍ରାସ ପାଉଛି । ଆଫଗାନିସ୍ଥାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ଏବଂ ତାଲିବାନ କ୍ଷମତାରେ ଆସିବା ପରେ ହିଁ ପାକ୍ ମୁଦ୍ରାର ମୂଲ୍ୟ ହ ୍ରାସ ପାଇଥିଲା ।
ତେବେ ତାଲିବାନ ଆଫଗାନିସ୍ଥାରେ ସରକାର ଗଠନ କରିବା ପରେ ଆମେରିକା ସମେତ ଅନେକ ଦେଶ ଆଫଗାନକୁ ଦେଉଥିବା ଫଣ୍ଡ ବନ୍ଦ କରିଦେଇଛନ୍ତି । ଅନ୍ୟପକ୍ଷେ, ପାକିସ୍ତାନ ତରଫରୁ ବିପୁଳ ପରିମାଣର ଡଲାର ଆଫଗାନିସ୍ଥାନକୁ ପଠାଯାଉଛି । କେବଳ ସେତିକି ନୁହେଁ, ପାକ୍ରେ ବଢୁଥିବା ଖାଦ୍ୟ ଆମଦାନୀ ଓ ରପ୍ତାନୀ ହ ୍ରାସ ଯୋଗୁଁ ପାକ୍ ମୁଦ୍ରା ବିପଦରେ ରହିଛି । ଆଗକୁ ମଧ୍ୟ ଏଭଳି ପରିସ୍ଥିତି ଲାଗି ରହିପାରେ ବୋଲି ଅନୁମାନ କରାଯାଇଛି ।

Comments are closed.