ଚାନ୍ଦିପୁର ଆଇଟିଆର୍‌ରେ ପାକିସ୍ତାନ ଟଙ୍କା: କ୍ରାଇମବ୍ରଞ୍ଚ

ଭୁବନେଶ୍ୱର: ସେପ୍‌ଟେମ୍ବର ୨୧: ଉତ୍ତରପ୍ରଦେଶରୁ ଚାନ୍ଦିପୁର ଆଇଟିଆର୍‌କୁ ଆସୁଛି ପାକିସ୍ତାନ ଟଙ୍କା । ଆଜି ଏମିତି ଏକ ଚାଞ୍ଚଲ୍ୟକର ଖବର ଖୁଲାସା କରିଛି, ଚାନ୍ଦିପୁର ଡିଆର୍‌ଡିଓରୁ ତଥ୍ୟ ଲିକ୍‌ ଅଭିଯୋଗ ମାମଲାର ଯାଞ୍ଚ କରୁଥିବା କ୍ରାଇମବ୍ରାଞ୍ଚ । ଉତ୍ତରପ୍ରଦେଶ ହ୍ୟାଣ୍ଡଲରଙ୍କ ଜରିଆରେ ପାକିସ୍ତାନରୁ ଟଙ୍କା ଆସୁଥିଲା । କେବଳ ସେତିକି ନୁହେଁ, ବାଂଲାଦେଶୀ ସ୍ଲିପର ସେଲ୍‌ ଜରିଆରେ ମଧ୍ୟ କିଛି ଟଙ୍କା ଦିଆଯାଇଥିବା ନେଇ କ୍ରାଇମବ୍ରାଞ୍ଚକୁ ତଥ୍ୟ ମିଳିଛି । ଏହି ଗୁରରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ପରେ ବାଂଲାଦେଶୀଙ୍କ ଉପରେ ତୀå ନଜର ରଖାଯିବା ସହ ସ୍ଲିପର ସେଲ୍‌ର ସନ୍ଧାନ କରୁଛି କ୍ରାଇମବ୍ରାଞ୍ଚ । ଏଥିସହିତ କେଉଁ କେଉଁ ବ୍ୟାଙ୍କ ସହିତ ଟଙ୍କା କାରବାର ହୋଇଛି, ସେ ନେଇ କ୍ରାଇମ୍‌ବ୍ରାଞ୍ଚ ବିଭିନ୍ନ ବ୍ୟାଙ୍କରୁ ତଥ୍ୟ ମଗାଇଛି ।
ଅନ୍ୟପକ୍ଷରେ ଗତକାଲିଠାରୁ ଏୟାରଫୋର୍ସର ଏକ ୩ ଜଣିଆ ଟିମ୍‌ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରୁଛି । ଏୟାରଫୋର୍ସ ଟିମ୍‌ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଯାଇ ଅଭିଯୁକ୍ତମାନଙ୍କୁୁ ମାରାଥନ ଜେରା କରିଥିଲା । ୫ ଘଣ୍ଟା ଧରି ଏହି ଟିମ୍‌ ୫ ଅଭିଯୁକ୍ତଙ୍କୁ ଜଣ ଜଣ କରି ଜେରା କରିଥିଲା ବୋଲି ଖବର ମିଳିଛି । କେଉଁ କେଉଁ ତଥ୍ୟ ଏମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥାକୁ ପ୍ରଦାନ କରିଛନ୍ତି ଓ କାହା କାହା ସହିତ ସେମାନଙ୍କର ଲିଙ୍କ୍‌ ରହିଛି ସେ ନେଇ ଏୟାରଫୋର୍ସ ଅଧିକାରୀ ଅଭିଯୁକ୍ତମାନଙ୍କୁ ପ୍ରଶ୍ନ କରିଛନ୍ତି । ଉତ୍ତରପ୍ରଦେଶରେ ରହିଥିବା ପାକିସ୍ତାନୀ ହ୍ୟାଣ୍ଡଲର ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ସୂନନା ମଳିଛି । ସେହିସବୁ ହ୍ୟାଣ୍ଡଲରଙ୍କୁ ଠାବ କରି ସେମାନଙ୍କ ସହିତ ଆଉ କେଉଁ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେ ନେଇ କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଛି । ଏଥିରେ କ୍ରାଇମବ୍ରାଞ୍ଚ ଏନ୍‌ଆଇଏର ସହଯୋଗ ନେଇନପାରେ ବୋଲି ସୂଚନା ମିଳିଛି ।

Comments are closed.