ରାୟଗଡ଼ା : ଶନିବାର ହୋଇଥିବା ମଇଁଷି ପଲକୁ ଟ୍ରେନ ଧକା ଘଟଣାରେ ମଇଁଷି ମାଲିକଙ୍କ ନାମରେ ମାମଲା ରୁଜୁ ହୋଇଛି । ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ଆସୁଥିବା ‘ଆଲେପି- ଧାନବାଦ’ ଟ୍ରେନ ସହ ମଇଁଷି ପଲ ଧକା ହେବା ସମୟରେ ଟ୍ରେନ ଲାଇନଚୁ୍ୟତ ହେବା ଆଶଙ୍କା ଥିଲା । ଫଳରେ ବହୁ ଲୋକଙ୍କ ଜୀବନ ହାନି ଘଟିଥାନ୍ତା ।
ମଇଁଷିଗୁଡ଼ିକ ଧକା ହୋଇ କିଏ ପାହାଡ଼ ବାଡେଇ ହେଉଥିଲା ତ’ କାହାର ଦେହଅଂଶ ଚକାତଳେ ପଡୁଥିଲା । ଟ୍ରେନରେ ଥିବା ଯାତ୍ରୀମାନେ ଏହି ଶଦ୍ଦ ଶୁଣି ନିଶ୍ଚିତ ଦୁର୍ଘଟଣା ଘଟିଥିଲା ପରି ଅନୁଭବ ହେଉଥିବା କହିଛନ୍ତି । ଏନେଇ ଟ୍ରେନ ଡ୍ରାଇଭର କହିଛନ୍ତି, ସେ ରାସ୍ତା ଅଳ୍ପ କିଛି ବଙ୍କା ରହିଛି , ତେଣୁ ଆଗକୁ ଦେଖାଯାଉ ନାହିଁ । ଯଦିଓ ବ୍ରେକ ଦିଆଯିବ ଟ୍ରେନ ଯାଇ ଝଞ୍ଜାବତୀ ନଦୀରେ ପଡ଼ିଯିବ । କେବଳ ଆବାଜ ଦେଇ ଆସିବା ଛଡା କିଛି ଉପାୟ ନଥିଲା । ଆଜି ସୁଦ୍ଧା କେହି ମୃତ୍ୟୁ ମଇଁଷିର ଦାବିଦାର ଆସିନାହାନ୍ତି କି ଦୁର୍ଘଟଣା ସ୍ଥାନରୁ କେବଳ ରେଳଧାରଣା ମରାମତି ହୋଇଛି । କି;ୁ ମଇଁଷିଗୁଡିକ ଶବ ଗଭୀର ଡ୍ରେନରେ ପଡିରହିଛି ।
ଅନ୍ୟପକ୍ଷରେ, ରେଳ ବିଭାଗ ସ୍ୱତନ୍ତ୍ର ଟିମ ଅନୁସନ୍ଧାନ କରିବା ପରେ ମେସିନ ମାଧ୍ୟମରେ ଶବକୁ କାଟି ବାହାର କରାଯାଇ ବଡ଼ ଗାତ ଖୋଳି ଲୁଣ ଦେଇ ପୋତାଯିବ ବୋଲି ଆରପିଏଫ ଅଧିକାରୀ କହିଛନ୍ତି । ଏଥିସହ ମଇଁଷି ମାଲିକ ବା ଦାବୀଦାରଙ୍କ ଉପରେ ରେଳ ଆଇନ ଧାରା ୧୫୦,୧୫୧,୧୫୨ ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି । ଯାହାର ପଶୁ ସମ୍ପଦ ତାହା ତଦନ୍ତ କରିବା ପରେ ଜଣା ପଡିଲେ ତୁରନ୍ତ ଗିରଫ କରାଯିବ ବୋଲି ଆରପିଏଫ ଅଧିକାରୀ ପଙ୍କଜ ଜୈନ ସୂଚନା ଦେଇଛନ୍ତି ।
ପ୍ରତ୍ୟକ୍ଷଦର୍ଶି କହିବା ଅନୁସାରେ, ଏହି ସେ ସ୍ଥାନକୁ ଦେଖିଲେ ବଡ ଆଶ୍ଚର୍ଯ୍ୟ ଲାଗୁଛି । ମଇଁଷି ପଲ ଆସିଲା କେଉଁଠୁ । ଯଦିଓ ଜଙ୍ଗଲ ପଟୁ ଆସିଲା ତେବେ ପାହାଡ଼ର ପାଦଦେଶଠାରୁ ପ୍ରାୟ ୧୨ ଫୁଟ ତଳେ ରେଳଧାରଣା ହୋଇଛି । ତେଣୁ ଏତେ ଉପରୁ ମଇଁଷି ତଳକୁ ଡେଇଁ ରେଳ ଧାରଣାକୁ ଯିବା ସମ୍ଭବ ନୁହେଁ । ଠିକ ସେହିପରି ଜାତୀୟ ରାଜପଥ ପାର୍ଶ୍ୱରେ ମଧ୍ୟ ୧୨ ଫୁଟ ଉଚ୍ଚତା ରହିଛି । ରାୟଗଡା ସହର ପଟରୁ ମାଆ ମଝିଘରିଆଣୀଙ୍କ ମନ୍ଦିର ସମ୍ମୁଖରେ ଝଞ୍ଜାବତୀ ନଦୀରେ ଉପରେ ହୋଇଥିବା ବ୍ରିଜ ବା ପୋଲ କୌଣସି ପଶୁ ଯିବା ସମ୍ଭବ ନୁହେଁ । ପିତାମହଲ ଗ୍ରାମର ରାସ୍ତା ଦେଇ ଯଦିଓ ମଇଁଷି ପଲ ଆସିଲେ ତେବେ ସେଠାରେ ରେଳଧାରଣା ଦେଇ ଯିବାକୁ ହେଲେ ରେଳ ଫାଠକ ସହ ଜଗୁଆଳି ରହିଛନ୍ତି ।
ଆଗାମୀ ଦିନରେ ଏହି ପରି ଦୁର୍ଘଟଣା ନହେବା ପାଇଁ ରେଳବାଇ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିବା ସହ ୨୪ ଘଣ୍ଟା ପହରା ଦିଆଯିବ ବୋଲି ଅଧିକାରୀ କହିଛନ୍ତି । ପ୍ରକାଶ ଥାଉକି, ଶନିବାର ରାୟଗଡା ରେଳଷ୍ଟେସନ ଠାରୁ ମାତ୍ର ୪କିଲୋମିଟର ଦୂରରେ ଥିବା ପିତାମହଲ ଗ୍ରାମ ନିକଟରେ ମଇଁଷି ପଲକୁ ଧକାଦେଲା ଆଲେପି ଠାରୁ ଧାନବାଦ୍ ଯାଉଥିବା ଦ୍ରୁତଗାମୀ ଟ୍ରେନ । ଦୁର୍ଘଟଣାରେ ପ୍ରାୟ ୩୦ଟି ମଇଁଷି ଖଣ୍ଡ ବିଖଣ୍ଡ ମୃତ୍ୟୁ ହୋଇଥିଲା ।

Comments are closed.